ଓଡିଶା

odisha

ETV Bharat / bharat

ମନାଲିରେ ବଢୁଛି ତୁଷାରପାତ, ସତର୍କ ସୂଚନା ଜାରି କଲା ପ୍ରଶାସନ

ଦିନକୁ ଦିନ ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର ଏବଂ ଉତ୍ତରାଖଣ୍ଡର କିଛି ସ୍ଥାନରେ ତୁଷାରପାତ ବଢିବାରେ ଲାଗିଛି । ଏହି ତୁଷାରପାତ କାରଣରୁ ସାଧାରଣଲୋକଙ୍କ ଜୀବନଯାପନ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏପଟେ ମନାଲିରେ ପ୍ରବଳ ତୁଷାରପାତ ପାଇଁ ଜିଲ୍ଲା ପ୍ରଶାସନ ସତର୍କ ସୂଚନା ଜାରି କରିଛି ।

By

Published : Nov 14, 2019, 5:54 PM IST

ପ୍ରତିକାତ୍ମକ ଫଟୋ

ସିମଲା: ପାହାଡ଼ି ରାଜ୍ୟ ହିମାଚଳ ପ୍ରଦେଶରେ ଦିନକୁ ଦିନ ତୁଷାରପାତ ବୃଦ୍ଧି ପାଉଛି । ପ୍ରବଳ ତୁଷାରପାତ କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଯାତାୟତ ଗୁରୁତର ଭାବେ ପ୍ରଭାବିତ ହୋଇଛି । ସେହିପରି ପର୍ଯ୍ୟଟନସ୍ଥଳ ମନାଲିରେ ପ୍ରବଳ ତୁଷାରପାତ କାରଣରୁ ସେଠାରେ ସାଧାରଣଙ୍କ ଜୀବନଜୀବିକା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ମନାଲିର ଉପଜିଲ୍ଲାପାଳ ସତର୍କ ସୂଚନା ଜାରି କରିଛନ୍ତି ।

ସେହିପରି ରାଜ୍ୟର ମାଢି ଅଞ୍ଚଳରେ ପ୍ରବଳ ମାତ୍ରାରେ ତୁଷାରପାତ ହୋଇଥିବାରୁ ଯାତାୟତ ଉପରେ ପୋଲିସକୁ ନଜର ରଖିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ମାଢି ଓ ରୋହତାଙ୍ଗ ପାସ ମଧ୍ୟରେ ଯାତାୟତକୁ ବନ୍ଦ କରିବାକୁ ମଧ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ ।

ସୂଚନାଯୋଗ୍ୟ ରାଜ୍ୟର ମାଢି, ମନାଲି, କୁଲ୍ଲୁ ଆଦି ଅଞ୍ଚଳରେ ପ୍ରବଳମାତ୍ରାରେ ତୁଷାରପାତ ହେଉଥିବା ରେକର୍ଡ କରାଯାଇଛି । ସେହିଭଳି ବିଗତ କିଛି ଦିନ ପୂର୍ବରୁ ଜମ୍ମୁ କାଶ୍ମୀର ଏବଂ ଉତ୍ତରାଖଣ୍ଡର କିଛି ସ୍ଥାନରେ ମଧ୍ୟ ତୁଷାରପାତ ଆରମ୍ଭ ହୋଇଯାଇଛି । ସେପଟେ ପାଣିପାଗ ବିଭାଗର ସୂଚନା ମୁତାବକ ରାଜ୍ୟରେ ଆସନ୍ତା 48 ଘଣ୍ଟା ମଧ୍ୟରେ କିଛି ସ୍ଥାନରେ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି ।

ABOUT THE AUTHOR

...view details