ସୁରଟ: କଂଗ୍ରେସ କେବେ ଶହୀଦଙ୍କୁ ନେଇ ରାଜନୀତି କରେ ନାହିଁ ବୋଲି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି । ଏହା ସହ କିଏ ପୁଲୱାମା ଘଟଣାକୁ ନେଇ ରାଜନୀତି କରୁଛି ତାହା ସମସ୍ତେ ଜାଣନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ସୁରଟରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଅବସରରେ ସେ ଏହା ଉଲ୍ଲେଖ କରିଛନ୍ତି ।
କଂଗ୍ରେସ କେବେ ଶହୀଦଙ୍କୁ ନେଇ ରାଜନୀତି କରେନାହିଁ: ଅଧୀର ରଞ୍ଜନ ଚୌଧୁରୀ
କଂଗ୍ରେସ କେବେ ଶହୀଦଙ୍କୁ ନେଇ ରାଜନୀତି କରେ ନାହିଁ ବୋଲି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି । ଅଧିର ପଢନ୍ତୁ...
କଂଗ୍ରେସ କେବେ ଶହୀଦଙ୍କୁ ନେଇ ରାଜନୀତି କରେ ନାହିଁ: ଅଧୀର ରଞ୍ଜନ ଚୌଧୁରୀ
ପୁଲୱାମା ଘଟଣାରେ ରାଜନୈତିକ ଉଦ୍ଦେଶ୍ୟ ସାଧନ କରାଯାଇଛି ସେ କହିଛନ୍ତି । ଦାଭିନ୍ଦର ସିଂଙ୍କ ଭଳି ଲୋକେ ଆତଙ୍କବାଦୀଙ୍କୁ ଘରେ ରଖୁଛନ୍ତି । ଏହି ଲୋକମାନେ ଦେଶଦ୍ରୋହ କରୁଛନ୍ତି । କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ସବୁ ଠିକ ହେବ ବୋଲି ସରକାର ଦାବି କରୁଛନ୍ତି । ଏହା ସହ ଶାନ୍ତି କଥାବାର୍ତ୍ତା ଜାରି ରହିଛି । ଦେଶର ଲୋକମାନଙ୍କୁ କାଶ୍ମୀରକୁ ଯିବାକୁ ଦିଆଯାଉନାହିଁ । ହେଲେ ବିଦେଶୀଙ୍କୁ କାଶ୍ମୀର ଯିବାକୁ ଅନୁମତି ମିଳୁଛି ବୋଲି ଅଧୀର ପ୍ରକାଶ କରିଛନ୍ତି ।