ଓଡିଶା

odisha

ETV Bharat / bharat

ତିନି ନାବାଳିକା ଭଉଣୀଙ୍କୁ ଏସିଡ଼ ମାଡ଼, ପୋଲିସ ଏନକାଉଣ୍ଟରରେ ଅଭିଯୁକ୍ତ ଆହତ - ଉତ୍ତରପ୍ରଦେଶ ଏସିଡ ଆକ୍ରମଣ

ତିନି ନାବାଳିକା ଭଉଣୀଙ୍କୁ ଏସିଡ଼ ମାଡ଼ ଘଟଣା । ଅଭିଯୁକ୍ତ ଯୁବକ ପୋଲିସ ଏନକାଉଣ୍ଟରେ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଅଧିକ ପଢ଼ନ୍ତୁ...

ତିନି ନାବାଳିକା ଭଉଣୀଙ୍କୁ ଏସିଡ଼ ମାଡ଼, ପୋଲିସ ଏନକାଉଣ୍ଟରରେ ଅଭିଯୁକ୍ତ ଆହତ
ତିନି ନାବାଳିକା ଭଉଣୀଙ୍କୁ ଏସିଡ଼ ମାଡ଼, ପୋଲିସ ଏନକାଉଣ୍ଟରରେ ଅଭିଯୁକ୍ତ ଆହତ

By

Published : Oct 14, 2020, 12:22 PM IST

ଲକ୍ଷ୍ନୌ: ତିନି ନାବାଳିକା ଭଉଣୀଙ୍କୁ ଏସିଡ଼ ମାଡ଼ । ଉତ୍ତରପ୍ରଦେଶ ଗୋଣ୍ଡା ଜିଲ୍ଲା ପସ୍କା ଗାଁରେ ସୋମବାର ବିଳମ୍ବିତ ରାତିରେ ତିନି ନାବାଳିକା ଭଉଣୀଙ୍କୁ ଏସିଡ଼ ମାଡ଼ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାରେ ସଂପୃକ୍ତ ଅଭିଯୁକ୍ତ ପୋଲିସ ଗୁଳିରେ ଆହତ ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛି । ପୋଲିସ ଘଟଣା ସମ୍ପର୍କର ଛାନଭିନ୍ ଜାରି ରଖିଛି ।

ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ତିନି ଭଉଣୀ ନିଜ ଘରେ ଶୋଇଥିବା ସମୟରେ ଆଶିଷ ନାମକ ଏକ ଯୁବକ ତାଙ୍କ ଉପରେ ଏସିଡ଼ ଫିଙ୍ଗିଥିଲା । ଯାହାଫଳରେ ତିନି ନାବାଳିକା ଗୁରୁତର ଆହତ ହୋଇଥିଲେ । ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଧରିବାକୁ ସର୍ଚ୍ଚ ଅପରେସନ ଚଳାଇଥିଲା । ପୋଲିସ ଅଭିଯୁକ୍ତକୁ ଖୋଜୁଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ହୁଜୁରପୁର ନିକଟରେ ଅଭିଯୁକ୍ତ ଜଣକ ମୋଟର ସାଇକେଲରେ ଯାଉଥିବାର ପୋଲିସ ଦେଖିଥିଲା । ଏହାପରେ ଅଭିଯୁକ୍ତ ଜଣକ ସେଠାରୁ ଖସି ପଳାଇବା ଉଦ୍ୟମରେ ପୋଲିସ ଉପରକୁ ଗୁଳି ଚଳାଇଥିଲା ଏବଂ ପୋଲିସ ନିଜକୁ ବଞ୍ଚାଇବାକୁ ଯାଇ ପାଲଟା ଗୁଳି ଚଳନା କରିଥିଲା । ଏହି ଗୁଳିମାଡ଼ରେ ଅଭିଯୁକ୍ତ ଜଣକ ଆହତ ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଛି । ତା' ନିକଟରୁ ଏକ ପିସ୍ତଲ, ବାଇକ ଓ କାର୍ଟ୍ରିଗ୍ ଜବତ କରାଯାଇଥିବା ଏସପି ମହେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।

ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଗମ୍ଭୀରତା ପ୍ରକାଶ କରିଛନ୍ତି । ଏହି ମାମଲାରେ ଅଭିଯୁକ୍ତ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୋଣ୍ଡା ଆରକ୍ଷୀ ପୋଲିସ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ । ଏହାବ୍ୟତୀତ ପୀଡ଼ିତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ସହ ଉପଯୁକ୍ତ ଚିକିତ୍ସା ପ୍ରଦାନ କରିବାକୁ ସେ ଜିଲ୍ଲା ପ୍ରଶାସନକୁ କହିଛନ୍ତି । ତେବେ ପୀଡ଼ିତାମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details