ହାଇଦ୍ରାବାଦ: ଆପ୍ରେଣ୍ଟିସ୍ ଆଇନ 1961ରେ ପ୍ରଣୟନ କରାଯାଇଥିଲା ଏବଂ 1962ରେ ବିଚାରକୁ ନିଆଯାଇଥିଲା। କମ୍ପାନୀରେ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ତାଲିମ କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ କରିବା ପାଇଁ ଏହା ଉଦ୍ଦିଷ୍ଟ ଥିଲା । ପ୍ରଥମେ ବୁଝିବା ଆପ୍ରେଣ୍ଟିସ୍ କଣ । ଆପ୍ରେଣ୍ଟିସ୍ ସାଧାରଣତଃ ଜଣେ ଶିକ୍ଷାର୍ଥୀ, ଅର୍ଥାତ କୌଣସି କମ୍ପାନୀରେ କାମ ଶିଖୁଥିବା ଲୋକଙ୍କୁ ଆପ୍ରେଣ୍ଟିସ୍ କୁହାଯାଏ । ଏକ ପ୍ରକାର ଟ୍ରେନି କର୍ମଚାରୀ ।
1973ରେ ଆପ୍ରେଣ୍ଟିସ୍ (ସଂଶୋଧନ) ବିଲ୍ 1973 ମାଧ୍ୟମରେ ସ୍ନାତକୋତ୍ତର ଇଞ୍ଜିନିୟରମାନଙ୍କୁ ସ୍ନାତକ ଶିକ୍ଷାର୍ଥୀ ଭାବରେ ଅନ୍ତର୍ଭୁକ୍ତ କରିବା ପାଇଁ ଏହି ଅଧିନିୟମ ପ୍ରଥମେ ସଂଶୋଧିତ ହୋଇଥିଲା । ଦଶମ ଓ ଯୁକ୍ତ ଦୁଇ ଧନ୍ଦାମୂଳକ ବିଭାଗର ପ୍ରଶିକ୍ଷଣକୁ ଭୋକେସନାଲ୍ ଆପ୍ରେଣ୍ଟିସ୍ ଭାବରେ ଅନ୍ତର୍ଭୁକ୍ତ କରିବା ପାଇଁ ଆପ୍ରେଣ୍ଟିସ୍ (ସଂଶୋଧନ) ବିଲ୍ 1986ରେ ଏହି ଅଧିନିୟମରେ ସଂଶୋଧନ କରାଯାଇଥିଲା ।
ରାଜ୍ୟସଭା ଆପ୍ରେଣ୍ଟିସ୍ ଆକ୍ଟ, 1961ରେ ସଂଶୋଧନ କରିବା ପାଇଁ 2014 ନଭେମ୍ବର 27ରେ ଭଏସ୍ ଭୋଟ କରାଗଲା । ପରେ ଆପ୍ରେଣ୍ଟିସ୍ (ସଂଶୋଧନ) ବିଲ୍, 2014 ପାରିତ ହୋଇଥିଲା। ପ୍ରଥମେ ଅଗଷ୍ଟ 7, 2014 ରେ ଲୋକସଭାରେ ଏହି ବିଲ୍ ପାରିତ ହୋଇଥିଲା । ଶେଷଥର ପାଇଁ 2019ରେ ଏହି ବିଲରେ ପରିବର୍ତ୍ତନ କରାଯାଇଥିଲା । ଏଥିରେ ନିଯୁକ୍ତିରେ ସାମାନ୍ୟ ଆଶ୍ବସ୍ତି ଦିଆଯିବା ସହ ଷ୍ଟାଇଫେନକୁ ମଧ୍ୟ ଅଳ୍ପ ବଢାଯାଇଥିଲା ।
ଦେଶରେ ମ୍ୟାନପାୱାର ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର 2019ରେ ଏଥିରେ ସଂଶୋଧନ କରିଥିଲେ। ଆପ୍ରେଣ୍ଟିସିପ୍ (ସଂଶୋଧନ) ନିୟମ, 2019 ଅନୁଯାୟୀ ଶିକ୍ଷାର୍ଥୀମାନଙ୍କର ନିଯୁକ୍ତି ସୀମା ମୋଟ 15 ପ୍ରତିଶତକୁ ବୃଦ୍ଧି କରାଯାଇଛି । ପ୍ରଥମେ ଏହା 10 ପ୍ରତିଶତ ରହିଥିଲା ।
ସର୍ବନିମ୍ନ ଷ୍ଟାଇଫେନକୁ ଦ୍ବିଗୁଣିତ କରି ମାସକୁ 5000ରୁ 9,000 ଟଙ୍କା ମଧ୍ୟରେ କରାଯାଇଛି। ସ୍ନାତକୋତ୍ତର ଶିକ୍ଷାର୍ଥୀ କିମ୍ବା ଡିଗ୍ରୀ ଶିକ୍ଷାର୍ଥୀମାନଙ୍କ ପାଇଁ ଷ୍ଟାଇଫେନକୁ ମାସକୁ 9,000 ଟଙ୍କାକୁ ବୃଦ୍ଧି କରାଯାଇଛି। ସ୍କୁଲ ପାସ୍ ଆଉଟ୍ ପାଇଁ ପଞ୍ଚମ-ନବମ ଶ୍ରେଣୀ ମଧ୍ୟରେ ଷ୍ଟାଇଫେନକୁ ମାସକୁ 5000 ଟଙ୍କାକୁ ବୃଦ୍ଧି କରାଯାଇଛି। ଭାରତରେ ପ୍ରାୟ 0.1 ପ୍ରତିଶତ ବା 0.3 ମିଲିୟନ ଲୋକ ହିଁ ଆପ୍ରେଣ୍ଟିସ୍ । ବ୍ରିଟେନରେ 1.5%, ଚାଇନାରେ 2.5%, ଜର୍ମାନୀରେ 5% ଆପ୍ରେଣ୍ଟିସ୍ ଅଛନ୍ତି।