ଓଡିଶା

odisha

ETV Bharat / bharat

ନିର୍ବାଚନୀ ଇସ୍ତାହାର ଜାରି କଲା ଆପ୍, 85% ଦିଲ୍ଲୀବାସୀଙ୍କୁ ମିଳିବ ନିଯୁକ୍ତି

ଶେଷ ପର୍ଯ୍ୟାୟ ମତଦାନ ପାଖେଇ ଆସିବା ସମୟରେ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି ଆମ୍ ଆଦମୀ ପାର୍ଟି (ଆପ୍) । ନିର୍ବାଚନୀ ଇସ୍ତାହାରରେ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବାକୁ ପ୍ରାଥମିକତା ଦିଆଯାଇଛି ।

By

Published : Apr 25, 2019, 7:27 PM IST

ପଟୋ ସୌଜନ୍ୟ-ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି ଆମ୍ ଆଦମୀ ପାର୍ଟି । ନିର୍ବାଚନୀ ଇସ୍ତାହାରରେ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବାକୁ ପ୍ରାଥମିକତା ଦିଆଯାଇଛି ।

ଆପ୍ ନିଜ ଇସ୍ତାହାରରେ ଶିକ୍ଷା, ସ୍ବାସ୍ଥ୍ୟ, ନାରୀ ସୁରକ୍ଷା, ନିଯୁକ୍ତି ଓ ଭ୍ରଷ୍ଟାଚାର ମୁକ୍ତ ନେଇ ବିଭିନ୍ନ କ୍ଷେତ୍ରରେ ପ୍ରତିଶୃତି ଦେଇଛି ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଓ ପାର୍ଟିର ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ନିର୍ବାଚନୀ ଇସ୍ତାହାରର ଶୀର୍ଷାଂଶ "ଲେ କର୍ ରହେଙ୍ଗେ ପୂର୍ଣ୍ଣ ରାଜ୍ୟ" (ପୂର୍ଣ୍ଣ ରାଜ୍ୟ ନେଇକରି ରହିବୁ)କୁ ଜାରି କରାଯାଇଛି । ଚଳିତ ଲୋକସଭା ନିର୍ବାଚନ କେବଳ ଲୋକତନ୍ତ୍ର ବଞ୍ଚାଇବା ପାଇଁ ବୋଲି ଇସ୍ତାହାର ଲଞ୍ଚ ସମୟରେ କେଜ୍ରିଓ୍ବାଲ କହିଛନ୍ତି । ଏଥି ସହିତ ସେ କହିଛନ୍ତି ଯେ ଦେଶ ସୁରକ୍ଷିତ ରହିଲେ ଦଳ ସୁରକ୍ଷିତ ରହିବ । ବର୍ତ୍ତମାନ ଭାରତର ଏକତା ବିପଦରେ ରହିଛି ।

ବିଜେପି ପାକିସ୍ତାନ ଏଜେଣ୍ଡାକୁ ପୂରଣ କରୁଥିବା ସହ ଜାତି ଓ ଧର୍ମ ଆଧାରରେ ଦେଶକୁ ବାଣ୍ଟଥିବା କହି ଅଭିଯୋଗ କରିଛନ୍ତି କେଜ୍ରିଓ୍ବାଲ ।

ଯଦି ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳେ ତେବେ ରାଜଧାନୀର ସମସ୍ତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ 85 ପ୍ରତିଶତ ସଂରକ୍ଷଣ ମିଳିବ ବୋଲି କେଜ୍ରିଓ୍ବାଲ ନିର୍ବାଚନୀ ପ୍ରତିଶୃତି ଦେଇଛନ୍ତି । ସେହିପରି 85 ପ୍ରତିଶତ ଦିଲ୍ଲୀବାସୀଙ୍କୁ ଏଠାରେ ନିଯୁକ୍ତି ମିଳିବା ନେଇ ସେ କହିଛନ୍ତି ।

ABOUT THE AUTHOR

...view details