ଲକ୍ଷ୍ନୌ: ହାଥରସ ଘଟଣାକୁ ନେଇ କ୍ରମାଗତ ରାଜନୈତିକ ଉତ୍ତେଜନା ଲାଗି ରହିଛି। ସୋମବାର ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଇଥିଲେ। ଏହାପରେ ସଞ୍ଜୟ ସିଂ କହିଥିଲେ ଯେ ପରିବାର ଭୟଭୀତ, ସମଗ୍ର ଗାଁକୁ ଏକ କ୍ୟାଣ୍ଟେନମେଣ୍ଟରେ ପରିଣତ କରାଯାଇଛି। ଏହାସହ ସେ ସିବିଆଇ ତଦନ୍ତ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।
ହାଥରସ ପିଡିତା ପରିବାରକୁ ଭେଟିବା ପରେ ସାଂସଦଙ୍କୁ କାଳିମାଡ - କାଳି ମାଡ ଖାଇଲେ ସଞ୍ଜୟ ସିଂ
ହାଥରସ ଘଟଣାକୁ ନେଇ କ୍ରମାଗତ ରାଜନୈତିକ ଉତ୍ତେଜନା ଲାଗି ରହିଛି। ସୋମବାର ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଇଥିବା ସମୟରେ ତାଙ୍କୁ କାଳିମାଡ ହୋଇଛି ।
ଅନ୍ୟପକ୍ଷେ ପରିବାରକୁ ଭେଟି ସଞ୍ଜୟ ସିଂ ବାହାରକୁ ଆସିବା ପରେ ତାଙ୍କୁ କାଳିମାଡ ହୋଇଛି । ଏହି ସମୟରେ, ଆମ୍ ଆଦମୀ ପାର୍ଟିର କର୍ମକର୍ତ୍ତାମାନେ ହଙ୍ଗାମାା ସୃଷ୍ଟି କରିଥିଲେ । ଏହାସହ ଆମ୍ ଆଦମୀ ପାର୍ଟି ବିରୋଧରେ ସ୍ଲୋଗାନ ଦିଆଯାଇଥିଲା। ଆପ୍ ନେତା କହିଛନ୍ତି ଯେ କୌଣସି ବ୍ୟକ୍ତିଙ୍କୁ ଏଠାକୁ ଆସିବାକୁ ଅନୁମତି ନାହିଁ। ସମସ୍ତଙ୍କୁ ଲାଠିରେ ମାଡ ମରା ଯାଉଛି । ସେ ଅଭିଯୋଗ କରିଛନ୍ତି ଯେ ରାକ୍ଷସଙ୍କୁ ଉଦ୍ଧାର କରିବା ପାଇଁ ଉତ୍ତରପ୍ରଦେଶ ସରକାର କାର୍ଯ୍ୟ କରୁଛନ୍ତି।
ସେ ରିପୋର୍ଟକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି । ଆପ୍ ନେତା କହିଛନ୍ତି ଯେ ସିବିଆଇ ଏହି ମାମଲା ଗ୍ରହଣ କରିନାହିଁ, ଏହା କେବଳ ଉତ୍ତରପ୍ରଦେଶ ସରକାରଙ୍କ କଥା । ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି, ‘ବିଜେପି ଦଙ୍ଗା ବିଷୟରେ କହୁଛି କିନ୍ତୁ ଏହା ହିଁ ବିଜେପିର ଜନ୍ମଗତ ନୀତି । ଦଙ୍ଗାର ଆୟୋଜନ ତଥା ଜାତିବାଦ ପ୍ରଚାର କରିବାରେ ବିଜେପି ଜଡିତ ଅଛି ’।