ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲ ଆସନ୍ତା 16 ତାରିଖରେ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଦିଲ୍ଲୀର ରାମଲୀଳା ମୈଦାନରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଏନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜଣାଇଛନ୍ତି। ସେହିପରି ଦିଲ୍ଲୀର ପୂର୍ବ ମନ୍ତ୍ରୀ ମଧ୍ୟ ନୂତନ ପାଳିରେ ଶପଥ ଗ୍ରହଣ କରିବେ । ସେମାନଙ୍କୁ ପରେ ବିଭାଗ ବଣ୍ଟନ କରାଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି ।
ଆସନ୍ତା 16ରେ ଶପଥ ନେବେ ଅରବିନ୍ଦ କେଜ୍ରିୱାଲ
ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଆସନ୍ତା 16 ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଅଧିକ ପଢନ୍ତୁ...
ଆସନ୍ତା 16ରେ ଶପଥ ନେବେ ଅରବିନ୍ଦ କେଜ୍ରିୱାଲ
ଦିଲ୍ଲୀ ନିର୍ବାଚନରେ 70ଟି ଆସନରୁ 600ରୁ ଉର୍ଦ୍ଧ୍ବ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ନିର୍ବାଚନରେ କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍) ବାଜିମାତ କରିଛି। ବିଧାନସଭାର 70ଟି ଆସନରୁ ଆପ୍ 62ଟି ଆସନ ଅଳଙ୍କୃତ କରିଛି। ବିଜେପି ନିଜର ସମସ୍ତ ଉଦ୍ୟମ ସତ୍ତ୍ବେ ମାତ୍ର 8ଟି ଆସନ ଅକ୍ତିଆର କରିପାରିଛି । କଂଗ୍ରେସ କୌଣସି ଗୋଟିଏ ଆସନରେ ଜିତି ନପାରି ଅଧିକାଂଶ ସିଟ୍ରେ ଅମାନତ ହରାଇଛି । ସେହିପରି ବିଜେପି ଦ୍ବିତୀୟ ବୃହତ ଦଳ ଭାବେ ବିରୋଧି ଭୂମିକା ନିର୍ବାହ କରିବ ।