ଓଡିଶା

odisha

By

Published : Feb 9, 2021, 9:50 PM IST

ETV Bharat / bharat

ସଚିନଙ୍କୁ ଆପ ବିଧାୟିକାଙ୍କ ଚିଠି, କୃଷକଙ୍କୁ ସମର୍ଥନ କରିବାକୁ ନିବେଦନ

ସଚିନ ତେନ୍ଦୁଲକରଙ୍କୁ ଚିଠି ଲେଖିଲେ ଆମ ଆଦମି ପାର୍ଟିର ବିଧାୟିକା ପ୍ରୀତି ଶର୍ମା ମେନନ । ଅଧିକ ପଢନ୍ତୁ...

ସଚିନଙ୍କୁ ଆପ ବିଧାୟିକାଙ୍କ ଚିଠି , କୃଷକଙ୍କୁ ସମର୍ଥନ କରିବାରକୁ ନିବେଦନ
ସଚିନଙ୍କୁ ଆପ ବିଧାୟିକାଙ୍କ ଚିଠି , କୃଷକଙ୍କୁ ସମର୍ଥନ କରିବାରକୁ ନିବେଦନ

ନୂଆଦିଲ୍ଲୀ: ସଚିନ ତେନ୍ଦୁଲକରଙ୍କୁ ଚିଠି ଲେଖିଲେ ଆମ ଆଦମି ପାର୍ଟିର ବିଧାୟିକା ପ୍ରିତି ଶର୍ମା ମେନନ । ଚିଠିରେ କୃଷକମାନଙ୍କୁ ସମର୍ଥନ କରିବା ପାଇଁ ନିବେଦନ କରାଯାଇଥିବା ଜଣାପଡିଛି । ଆପର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଦଳର ମୁମ୍ବାଇ ପ୍ରଭାରୀ ଦାୟିତ୍ବରେ ଥିବା ପ୍ରୀତି ଶର୍ମା ମେନନ ଏହି ଚିଠି ଲେଖିଥିବା ଜଣା ପଡିଛି ।

ସଚିନଙ୍କୁ ଆପ ବିଧାୟିକାଙ୍କ ଚିଠି , କୃଷକଙ୍କୁ ସମର୍ଥନ କରିବାରକୁ ନିବେଦନ

ଗତକାଲି ଜଣେ କୃଷକଙ୍କ ପୁଅ ରଞ୍ଜିତ ବଗାଲ କୃଷକଙ୍କୁ ସମର୍ଥନ କରିବା ନିବେଦନରେ ସଚିନଙ୍କ ଘର ଆଗରେ ଧାରଣା ଦେଇଥିଲେ । ସେ ହାତରେ ପ୍ଲାକକାର୍ଡ ଧରି କୃଷକଙ୍କୁ ସାହାଯ୍ୟ କରିବା ପାଇଁ ସେ ନିବେଦନ କରୁଥିବା ଦେଖିବାକୁ ମିଳିଥିଲା । ବେଶ କିଛି ସମୟ ସେ ସଚିନଙ୍କ ବାସଭବନ ଆଗରେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ଦେଶର କୃଷକ ଆନ୍ଦୋଳନ ବାବଦରେ କେନ୍ଦ୍ର ସରକାରଙ୍କୁ ସମର୍ଥନ ନକରି ଥରେ କୃଷକଙ୍କ ପାଇଁ ଟ୍ବିଟ କରିବାକୁ ସେ ନିବେଦନ କରିଥିବା ଦେଖିବାକୁ ମିଳିଥିଲା ।

ସଚିନଙ୍କୁ ଆପ ବିଧାୟିକାଙ୍କ ଚିଠି , କୃଷକଙ୍କୁ ସମର୍ଥନ କରିବାରକୁ ନିବେଦନ

ଗତ କିଛିଦିନ ତଳେ କୃଷକ ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରି ଟ୍ବିଟ କରି ଚର୍ଚ୍ଚାକୁ ଆସିଥିଲେ ସଚିନ । ତେବେ ଉକ୍ତ ଘଟଣା ପରେ ତାଙ୍କୁ ବିରୋଧି ମାନଙ୍କ ପକ୍ଷରୁ ପ୍ରବଳ ବିରୋଧର ସାମ୍ନା କରିବାକୁ ପଡିଥିବା ଦେଖିବାକୁ ମିଳିଛି । ତେବେ ଉକ୍ତ ଘଟଣାକୁ ନିଜ ଚିଠିରେ ଦୋହରାଇଛନ୍ତି ବିଧାୟିକା ପ୍ରିତି ମେମନ । ସଚିନ ଥରଟେ ହେଲେ ବି କୃଷକ ମାନଙ୍କ ପ୍ରତି ନିଜ ସମବେଦନା ଜଣାଇ ଟ୍ବିଟ କରିବାକୁ ସେ ବିଧାୟିକା ଚିଠିରେ ଅନୁରୋଧ କରିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details