ଓଡିଶା

odisha

ETV Bharat / bharat

ବନ୍ଧୁକ ସହ ସେଲଫି ନେଇ ମହିଳା ଗୁରୁତର

ବନ୍ଧୁକ ଧରି ସେଲଫି ହେଲା କାଳ । ଅସାବଧାନତା ଯୋଗୁଁ ଗୁଳି ଫୁଟି ମହିଳା ଗୁରୁତର ।

By

Published : Jul 10, 2019, 11:15 PM IST

ପ୍ରତିକାତ୍ମକ ଫଟୋ

ଲକ୍ଷ୍ନୌ: ସେଲଫି ମାୟାରେ ପୁରା ସଂସାର ବାୟା । ସମସ୍ତଙ୍କୁ ଘାରିଛି ସେଲଫି ନିଶା । ହେଲେ ସେଲଫି ନେବା ସମୟରେ ଘଟୁଛି ଅନେକ ଦୁର୍ଘଟଣା । ସେହିଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ଆଗ୍ରା ଥାନା ଅନ୍ତର୍ଗତ ଦୁର୍ଗା ନଗରରେ ।

ଏକ ଲାଇସେନ୍ସ ବନ୍ଧୁକ ଧରି ଫଟୋ ସୁଟ କରୁଥିବା ସମୟରେ ଗୁଳି ଫୁଟି ଜଣେ ମହିଳା ଗୁରୁତର ହୋଇଛନ୍ତି । ଗୁଳି ତାଙ୍କ ଛାତିରେ ଫୁଟିଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାମୂତାବକ, ଗୁଳି ବାଜିଥିବା ମହିଳା ଜଣଙ୍କ ହେଲେ ଜାହ୍ନବୀ ସିଂହ । ସେ ତାଙ୍କ ସ୍ବାମୀ ବିଶ୍ବଜିତ ସିଂହଙ୍କ ସହ ଦୁର୍ଗାନଗଗରେ ବାସ କରନ୍ତି । ତାଙ୍କ ଶ୍ବଶୁର ଜଣେ ଆର୍ମି ଅଫିସର ହୋଇଥିବା ବେଳେ, ବୁଧବାର ସକାଳୁ ଜାହ୍ନବୀ ତାଙ୍କ ଶ୍ବଶୁରଙ୍କର ଲାଇସେନ୍ସ ପ୍ରାପ୍ତ ବନ୍ଧୁକରେ ସେଲଫି ନେଉଥିଲେ । ହେଲେ ଭୁଲବଶତଃ ବନ୍ଧୁକରୁ ଗୁଳି ଫୁଟି ସେ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପରିବାର ଲୋକେ ମେଡିକାଲରେ ଭର୍ତ୍ତି କରିଥିଲେ । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

For All Latest Updates

ABOUT THE AUTHOR

...view details