ଓଡିଶା

odisha

ETV Bharat / bharat

24 ଘଣ୍ଟାରେ ଦେଶରେ ସରିଛି14,23,052 କୋରୋନା ଟେଷ୍ଟ: ICMR - ଆଇସିଏମଆର

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମୁତାବକ, 24 ଘଣ୍ଟାରେ ଦେଶରେ ଥିବା ବିଭିନ୍ନ ଲ୍ୟାବରେ ସର୍ବାଧିକ 14 ଲକ୍ଷ 23 ହଜାର 52ଟି ସାମ୍ପଲ ପରୀକ୍ଷା କରାଯାଇଛି । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ7 କୋଟି 56 ଲକ୍ଷ 19 ହଜାର 781ଟି କୋରୋନା ପରୀକ୍ଷା ସରିଛି ।

24 ଘଣ୍ଟାରେ ଦେଶରେ 142352ଟି ସାମ୍ପଲ ପରୀକ୍ଷା କରାଯାଇଛି
24 ଘଣ୍ଟାରେ ଦେଶରେ 142352ଟି ସାମ୍ପଲ ପରୀକ୍ଷା କରାଯାଇଛି

By

Published : Oct 1, 2020, 1:26 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ମାମଲା ଥମିବାର ନାମ ନେଉନାହିଁ । ବର୍ତ୍ତମାନ ଦେଶରେ 63 ଲକ୍ଷ ଟପିଛି କୋରୋନା ମାମଲା ସଂଖ୍ୟା । ପ୍ରତ୍ୟେକ ଦିନ ବହୁ ମାତ୍ରାରେ ଆସୁଥିବା ପଜିଟିଭ ରିପୋର୍ଟକୁ ଦେଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋରୋନା ଟେଷ୍ଟକୁ ବୃଦ୍ଧି କରାଯାଇଛି ।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମୁତାବକ, 24 ଘଣ୍ଟାରେ ଦେଶରେ ଥିବା ବିଭିନ୍ନ ଲ୍ୟାବରେ ସର୍ବାଧିକ 14 ଲକ୍ଷ 23 ହଜାର 52ଟି ସାମ୍ପଲ ପରୀକ୍ଷା କରାଯାଇଛି । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ7 କୋଟି 56 ଲକ୍ଷ 19 ହଜାର 781ଟି କୋରୋନା ପରୀକ୍ଷା ସରିଛି ।

ପ୍ରକାଶ ଥାଉକି, 24 ଘଣ୍ଟାରେ ଦେଶରୁ 86,821 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1,181 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 63 ଲକ୍ଷ 12 ହଜାର 585ରେ ପହଞ୍ଚିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 52 ଲକ୍ଷ 73 ହଜାର 202 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 9 ଲକ୍ଷ 40 ହଜାର 705 ଆକ୍ରାନ୍ତ ଏବେବି ଚିକିତ୍ସିତ ହେଉଛନ୍ତି । ଏହାଛଡା ଏବେସୁଦ୍ଧା ଦେଶରେ ମାରାତ୍ମକ ଭାଇରସ କାରଣରୁ 98,678 ଆକ୍ରାନ୍ତ ପ୍ରାଣ ହରାଇଥିବା ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details