ଓଡିଶା

odisha

ETV Bharat / bharat

'ଆଇଏନଏସ ଶିବାଜୀ'ର 12 ନାବିକ କୋରୋନା ଆକ୍ରାନ୍ତ - ଆଇଏନଏସ ଶିବାଜୀର 12 ନାବିକ କୋରୋନା ଆକ୍ରାନ୍ତ

ଆଇଏନଏସ ଶିବାଜୀର 12 ଜଣ ନାବିକ କୋରୋନାରେ ଆକ୍ରାନ୍ତ । ସମସ୍ତ ଆକ୍ରାନ୍ତଙ୍କୁ ରଖାଯାଇଛି କ୍ବାରେଣ୍ଟାଇନରେ । ଅଧିକ ପଢନ୍ତୁ...

A total of 12 trainee sailors at INS Shivaji, Lonavala found #COVID positive
ଆଇଏନଏସ ଶିବାଜୀର 12 ନାବିକ କୋରୋନା ଆକ୍ରାନ୍ତ

By

Published : Jun 24, 2020, 8:25 AM IST

ମୁମ୍ବାଇ: ଦେଶରେ କାୟା ବିସ୍ତାର କରି ଚାଲିଛି କୋରୋନା । ପାଖାପାଖି 188 ଦେଶକୁ ବ୍ୟାପିଛି ଏହି ଭାଇରସର ଚେର । ପ୍ରତିଦିନ ନୂଆ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ପଜେଟିଭଙ୍କ ସଂଖ୍ୟା ମଧ୍ୟ କିଛି କମ ନାହିଁ । ସଂକ୍ରମଣକୁ ରୋକିବା ପାଇଁ ସରକାର ଆପଣେଉଛନ୍ତି ଅନେକ ପଦକ୍ଷେପ । ଭାରତରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 440215 ରହିଥିବାବେଳେ ମୃତକଙ୍କ ସଂଖ୍ୟା 14011 ରହିଛି ।

ତେବେ ଏହି କିଲର ଭାଇରସ ପୁଣେର ଲୋନାଭାଲା ହିଲ ଷ୍ଟେସନରେ ଥିବା ଆଇଏନଏସ ଶିବାଜୀର 12 ଜଣ ନାବିକ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଆଇଏନଏସ ଶିବାଜୀକୁ 157 ନାବିକ ଲକ ଡାଉନ ପରେ ଫେରିଥିଲେ । ସେମାନଙ୍କୁ ସ୍କ୍ରିନିଂ କରାଯାଇ 14 ଦିନ କ୍ବାରେଣ୍ଟାଇନକୁ ପଠାଯାଇଥିଲା । ହେଲେ ସେଠାରେ ଜଣେ ନାବିକଙ୍କର କୋରୋନା ଲକ୍ଷଣ ଥିବା ଦେଖା ଦେଇଥିଲା । ପରେ ସେ କୋରୋନା ପରୀକ୍ଷା ମଧ୍ୟ କରିଥିଲେ ଆଉ ଯାହାର ରିପୋର୍ଟ ପଜେଟିଭ ଆସିଥିଲା। ତେବେ ସେହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ନାବିକମାନଙ୍କର ମଧ୍ୟ କୋରୋନା ପରୀକ୍ଷା କରାଯାଇଥିଲା । ଆଉ ସେଥି ମଧ୍ୟରୁ 12 ଜଣଙ୍କ ରିପୋର୍ଟ ପଜେଟିଭ ଆସିଥିଲା । ତେବେ ସମସ୍ତ ଆକ୍ରାନ୍ତଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିବା ସୂଚନା ମିଳିଛି ।

ସୌଜନ୍ୟ @ANI

For All Latest Updates

ABOUT THE AUTHOR

...view details