ଓଡିଶା

odisha

ETV Bharat / bharat

ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ 15 କେଜି ଚକୋଲେଟର ରାମ ମନ୍ଦିର - ପ୍ରଧାନମନ୍ତ୍ରୀ

ଆସନ୍ତାକାଲି ଅଯୋଧ୍ୟାରେ ଭୂମିପୂଜନ ପରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ଆରମ୍ଭ ହେବ । ଅହମ୍ମଦାବାଦର ନିବାସୀ ଶିଳ୍ପାବେନ ଭଟ୍ଟ ତିଆରି କରିଛନ୍ତି ତିନି ଥାକ ଥିବା 15 କେଜି ଚକୋଲେଟର ରାମ ମନ୍ଦିର । ଅଧିକ ଖବର ପଢନ୍ତୁ...

ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ 15 କେଜି ଚକୋଲେଟର ରାମ ମନ୍ଦିର
ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ 15 କେଜି ଚକୋଲେଟର ରାମ ମନ୍ଦିର

By

Published : Aug 4, 2020, 10:21 PM IST

ଅହମ୍ମଦାବାଦ: ବୁଧବାର ଅଯୋଧ୍ୟାରେ ଭୂମିପୂଜନ ପରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ଆରମ୍ଭ ହେବ । ଦୀର୍ଘ 500 ବର୍ଷର ପ୍ରତୀକ୍ଷା ପରେ ଏବେ ପ୍ରତ୍ୟେକ ହିନ୍ଦୁଙ୍କ ଏହି ସ୍ବପ୍ନ ପୁରା ହେବାକୁ ଯାଉଛି । ଯାହାଫଳରେ ପୁରା ଦେଶରେ ଦେଖିବାକୁ ମିଳିଛି ଉତ୍ସବର ମାହୋଲ । ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଅଯୋଧ୍ୟା ନଗରୀ । ତେବେ ଉତ୍ସୁକତାର ଶେଷ ସୀମାରେ ପ୍ରତିଟି ଭକ୍ତଙ୍କ ମନ । ଯାହାକୁ ନେଇ ଗୁଜୁରାଟର ଅହମ୍ମଦାବାଦରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ ।

ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ 15 କେଜି ଚକୋଲେଟର ରାମ ମନ୍ଦିର

ଅହମ୍ମଦାବାଦର ନିବାସୀ ଶିଳ୍ପାବେନ ଭଟ୍ଟ ତିଆରି କରିଛନ୍ତି ତିନି ଥାକ ଥିବା 15 କେଜି ଚକୋଲେଟର ରାମ ମନ୍ଦିର । ତିନି ମହଲା ବିଶିଷ୍ଟ ମନ୍ଦିର ତିଆରି କରିବାକୁ ଚିନ୍ତା କରିଥିଲେ ଶିଳ୍ପାବେନ । ଏହି 15 କିଲୋଗ୍ରାମ ଚକୋଲେଟକୁ ବ୍ୟବହାର କରି ସେ ଏକ ସୁନ୍ଦର ମନ୍ଦିର ତିଆରି କରିଥିଲେ । ଏହି ଚକୋଲେଟ ମଡେଲ ମନ୍ଦିରର 30 ଟି ରଙ୍ଗ ରହିଛି ।

ଏହି ଚକୋଲେଟ ମନ୍ଦିରଟି ତିଆରି କରିବାକୁ ତାଙ୍କୁ 12 ଘଣ୍ଟା ସମୟ ଲାଗିଥିବା ସେ କହିଛନ୍ତି । ଆଇସକ୍ରିମ କପ, ସଫ୍ଟ ଡ୍ରିଙ୍କ ବୋତଲକୁ ବ୍ୟବହାର କରିଛନ୍ତି ଶିଳ୍ପା ବେନ । ତେବେ ଏହି ସୁନ୍ଦର ଚକୋଲେଟ ମନ୍ଦିରକୁ ସେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତିଆରି କରିଥିବା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details