ଓଡିଶା

odisha

ETV Bharat / bharat

ପୁଲିଂ କର୍ମଚାରୀଙ୍କୁ ଗୁଳି କରି ହତ୍ୟା

ବିହାର ସେଓହାର ଜିଲ୍ଲାରେ ପୁଲିଂ କର୍ମଚାରୀଙ୍କୁ ଗୁଳି କରି ହତ୍ୟା ।

By

Published : May 13, 2019, 3:29 AM IST

ଫଟୋ ସୌଜନ୍ୟ; ଏଏନଆଇ

ପାଟନା: ପୁଲିଂ କର୍ମଚାରୀଙ୍କୁ ଗୁଳି କରି ହତ୍ୟା । ଏହି ଘଟଣା ଘଟିଛି ବିହାର ସେଓହାର ଜିଲ୍ଲାରେ । ଜଣେ ହୋମଗାର୍ଡ ଯବାନଙ୍କ ଅଚାନକ ଗୁଳି ଚାଳନାରେ ପୁଲିଂ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ହୋମଗାର୍ଡ ଯବାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଜବତ କରାଯିବା ସହ ତାଙ୍କୁ ଅଟକ ରଖି ପଚରା ଉଚରା ଜାରି ରହୁଥିବା ସୂଚନା ।

ସେଓହାର ଜିଲ୍ଲା ଶ୍ୟାମପୁର ଭାତାହା ପୋଲିସ ଷ୍ଟେସନ ଅନ୍ତର୍ଗତ 275 ନଂ ବୁଥରେ ଅଚାନକ ପୁଲିଂ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇଥିଲେ ଜଣେ ହୋମଗାର୍ଡ ଯବାନ । ଏହାପରେ ଘଟଣାସ୍ଥଳରେ ପୁଲିଂ କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା । ତେବେ ଉକ୍ତ ଯବାନଙ୍କୁ ଅଟକ ରଖାଯିବା ସହ ଉଚିତ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ମୁଜାଫରପୁର ଜୋନାଲ ଆଇଜି ।

ଚଳିତ ବର୍ଷ ନିର୍ବାଚନ ଯେତିକି ରୋମାଞ୍ଚକର ଥିଲା ସେତିକି ରହସ୍ୟମୟ ଥିଲା । ପ୍ରତ୍ୟେକ ମୂହୁର୍ତ୍ତରେ କିଛି ନା କିଛି ଘଟୁ ଥିବାର ନଜିର ରହିଛି । ରବିବାର ଥିଲା 6ଷ୍ଠ ପର୍ଯ୍ୟାୟ ନିର୍ବାଚନ । ବିହାରରେ ପୁଲିଂ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ସେଠାରେ ଭୟର ବାତାବରଣ ଖେଳି ଯାଇଛି ।

ABOUT THE AUTHOR

...view details