ଓଡିଶା

odisha

By

Published : Oct 27, 2020, 12:07 PM IST

ETV Bharat / bharat

ଗୁଜୁରାଟ ଉପନିର୍ବାଚନ: ଗଣମାଧ୍ୟମ ସହ ଆଲୋଚନା ବେଳେ ନୀତିନଙ୍କ ଉପରକୁ ଚପଲ ମାଡ

ନଭେମ୍ବର ୩ରେ ଗୁଜୁରାଟ ଉପନିର୍ବାଚନ । ଏହା ପୂର୍ବରୁ ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ନିର୍ବାଚନୀ ପ୍ରଚାର ପାଇଁ କର୍ଜନ ଯାଇଥିବା ବେଳେ ଅଚାନକ ତାଙ୍କ ଉପରକୁ କେହି ଜୋତା ଫିଙ୍ଗିଥିଲେ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି । ଅଧିକ ପଢନ୍ତୁ...

a person threw a slipper at gujurat deputy cm nitin patel
ଗୁଜରାଟ ଉପନିର୍ବାଚନ: ଗଣମାଧ୍ୟମ ସହ ଆଲୋଚନା ବେଳେ ନୀତିନଙ୍କ ଉପରକୁ ଚପଲ ମାଡ

ଗାନ୍ଧୀନଗର: ଗୁଜୁରାଟର 8 ଟି ବିଧାନସଭା ଆସନରେ ହେଉଥିବା ଉପ-ନିର୍ବାଚନ ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଚାଲିଥିବା ତିକ୍ତତା କାରଣରୁ ଅତ୍ୟନ୍ତ ଆକର୍ଷଣୀୟ ହୋଇପଡିଛି । ଗୋଟିଏ ପଟେ କଂଗ୍ରେସ ବାରମ୍ବାର ବିଧାୟକମାନଙ୍କୁ କ୍ରୟ କରୁଥିବା ଅଭିଯୋଗ କରୁଥିବାବେଳେ ସୋମବାର ଦିନ ଭଦୋଦରା ଜିଲ୍ଲାର କର୍ଜନ ଆସନରେ ଉପ-ନିର୍ବାଚନ ପ୍ରଚାରରେ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କ ଉପରକୁ ଜୋତା ଫିଙ୍ଗା ଯାଇଥିଲା ।

ସୂଚନାମୁତାବକ, ସୋମବାର ନୀତିନ ନିର୍ବାଚନୀ ପ୍ରଚାର ପାଇଁ କର୍ଜନ ଯାଇଥିଲେ। ଭାଷଣ ପରେ ସେ କିଛି ଲୋକଙ୍କ ସହ କଥାବାର୍ତ୍ତା ହେଉଥିବା ବେଳେ ସେତେବେଳେ ଅଚାନକ ତାଙ୍କ ଉପରେ କେହି ଜୋତା ଫିଙ୍ଗିଥିଲେ। ତେବେ ଏଥିରେ ସମ୍ପୃକ୍ତ ବ୍ୟକ୍ତିକୁ ପୋଲିସ ଖୋଜୁଛି। କୌତୁହଳର ବିଷୟ ହେଉଛି ଯେ, ଭଦୋଦରାର କର୍ଜନ ଆସନ ଉପ-ନିର୍ବାଚନ ପାଇଁ ପ୍ରଚାର ସମୟରେ ଏହି ଜୋତା ଫିଙ୍ଗା ଯାଇଥିଲା। କର୍ଜନ ଆସନରୁ ଅକ୍ଷୟ ପଟେଲଙ୍କୁ ବିଜେପି ଟିକେଟ ଦେଇଛି। ଅକ୍ଷୟ ପଟେଲ ଜଣେ କଂଗ୍ରେସ ବିଧାୟକ ଥିଲେ ଏବଂ ରାଜ୍ୟସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଇ ସେ ବିଜେପିରେ ଯୋଗ ଦେଇଥିଲେ। କଂଗ୍ରେସ ବାରମ୍ବାର ଅଭିଯୋଗ କରିଆସୁଛି ଯେ, ଅକ୍ଷୟ ପଟେଲଙ୍କୁ କୋଟି କୋଟି ଟଙ୍କାରେ ବିଜେପି କିଣିନେଇଛି ।

ରାଜନୈତିକ ସମାବେଶରେ ଜୋତା ଫୋପାଡିବା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ଅନେକ ରାଜନୈତିକ ସମାବେଶରେ ଜୋତା ଫୋପାଡା ଯାଇଛି। ଯଦିଓ ଜୋତା ଫୋପାଡିବା ପରେ ମଧ୍ୟ ନିତିନ ପଟେଲ ସମାନ ସ୍ଥାନରେ ଗଣମାଧ୍ୟମ ସହ କଥାବାର୍ତ୍ତା ଜାରି ରଖିଥିଲେ । ତେବେ ବିଧାୟକ ଜିଗ୍ନେଶ ମେୱାନୀ ଟ୍ବିଟ୍ କରି ଏହି ଘଟଣାକୁ ନିନ୍ଦା କରିଛନ୍ତି।

ABOUT THE AUTHOR

...view details