ଓଡିଶା

odisha

ETV Bharat / bharat

4 ଘଣ୍ଟାରୁ ଅଧିକ ସମୟ ମହୁମାଛି ଶରୀରରେ ରଖି ଗିନିଜ ଓ୍ବାର୍ଲଡ ରେକର୍ଡ - Guinness world record

କେରଳ ଜଣେ 24 ବର୍ଷୀୟ ଯୁବକ ଯିଏକି 7 ବର୍ଷ ବୟସରୁ ମହୁମାଛିଙ୍କ ସହ ବନ୍ଧୁ ଭାବେ ରହିଆସୁଛନ୍ତି । ସିଏ ନିଜ ମୁଣ୍ଡରୁ ବେକ ଯାଏଁ ମହୁମାଛିଙ୍କୁ ବସାଇ ଗିନିଜ ଓ୍ବାର୍ଲଡ ରେକର୍ଡ କରିଛନ୍ତି । ଅଧିକ ପଢନ୍ତୁ...

4 ଘଣ୍ଟାରୁ ଅଧିକ ସମୟ ମହୁମାଛିଙ୍କୁ ମୁହୁଁରେ ବସାଇ ଯୁବକଙ୍କ ଗିନିଜ ଓ୍ବାର୍ଲଡ ରେକର୍ଡ
4 ଘଣ୍ଟାରୁ ଅଧିକ ସମୟ ମହୁମାଛିଙ୍କୁ ମୁହୁଁରେ ବସାଇ ଯୁବକଙ୍କ ଗିନିଜ ଓ୍ବାର୍ଲଡ ରେକର୍ଡ

By

Published : Jun 22, 2020, 7:20 PM IST

ଥିରୁଅନନ୍ତପୁରମ: ପ୍ରାୟତଃ ଆପଣ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ବନ୍ଧୁତ୍ୱର ଅନେକ କାହାଣୀ ଶୁଣିଥିବେ, କିନ୍ତୁ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବ ନିଶ୍ଚୟେ। ମହୁମାଛି ମଣିଷକୁ କାମୁଡ଼ିବା ବିଷୟରେ ଆପଣ ପ୍ରାୟତଃ ଶୁଣିଥିବେ, କିନ୍ତୁ ମଣିଷ ଏବଂ ମହୁମାଛି ମଧ୍ୟରେ ବନ୍ଧୁତା ବିଷୟରେ ଆପଣ କେବେ ଶୁଣିଛନ୍ତି କି ? ବାସ୍ତବରେ, କେରଳର ଜଣେ ଯୁବକଙ୍କର ମହୁମାଛି ହେଉଛନ୍ତି ବନ୍ଧୁ । ଯାହାକୁ ସେ ପୁରା ମୁହଁରେ ଘୋଡାଇ ରଖିଥାନ୍ତି ।

କେରଳର ଜଣେ 24 ବର୍ଷୀୟ ମହୁ ଚାଷୀ, ନେଚର ଏମଏସ ପିଲାଦିନରୁ ମହୁମାଛି ମାନଙ୍କ ସହିତ ରହିଆସୁଛନ୍ତି । ନେଚରଙ୍କ ପିତା ସଞ୍ଜୟ କୁମାର ଜଣେ ମହୁମାଛି ଚାଷୀ ଭାବେ ମଧ୍ୟ ପୁରସ୍କାର ପାଇଛନ୍ତି । ନେଚର ସାତ ବର୍ଷ ବୟସରୁ ମହୁମାଛିଙ୍କୁ ନିଜ ମୁଣ୍ଡ ଆଉ ମୁହଁରେ ବସାଇ ଆସୁଛନ୍ତି । ଗିନିଜ ୱାର୍ଲ୍ଡ ରେକର୍ଡ ଅନୁଯାୟୀ, ନେଚର ମୁଣ୍ଡରୁ ବେକ ପର୍ଯ୍ୟନ୍ତ ଦୀର୍ଘ 4 ଘଣ୍ଟା 10 ମିନିଟରୁ ଉର୍ଦ୍ଧ୍ବ ଧରି ମହୁମାଛିଙ୍କୁ ବସାଇ ରଖିଥିଲା । ଯାହାକି ବିଶ୍ୱ ରେକର୍ଡ ଅଟେ।

ବିଶ୍ୱ ରେକର୍ଡ ସୃଷ୍ଟି କରିବା ପରେ ନେଚର କହିଛନ୍ତି ଯେ, ''ମହୁମାଛି ମାନେ ମୋର ସର୍ବୋତ୍ତମ ବନ୍ଧୁ ଅଟନ୍ତି । ମୁଁ ଚାହୁଁଛି ମୋ ପରି ଅନ୍ୟ ଲୋକମାନେ ମଧ୍ୟ ମୋ ସାଙ୍ଗମାନଙ୍କୁ ଅଧିକ ଭଲ ପାଆନ୍ତୁ । ସେ କହିଥିଲେ ଯେ ମୋ ବାପାଙ୍କ ପରାମର୍ଶ ସବୁବେଳେ ମୋ ମନରେ ଥାଏ, ଯାହା ଦ୍ବାରା ମୋର କୌଣସି ପ୍ରକାର ଭୟ ନଥାଏ। ମୋ ବାପା ସର୍ବଦା ମହୁମାଛି ସହିତ ଭଲ ଆଚରଣ କରିବାକୁ ମୋତେ ପରାମର୍ଶ ଦେଇଛନ୍ତି'' ।

ସେ ଆହୁରି କହିଛନ୍ତି, ମହୁମାଛିଙ୍କୁ ମୁଣ୍ଡରେ ବସାଇବା ଏତେ ସହଜ ନୁହେଁ ହେଲେ ତାଙ୍କୁ ଏନେଇ କୌଣସି ପ୍ରକାର ଅସୁବିଧା ହୋଇନାହିଁ। ଏହି ସମୟ ମଧ୍ୟରେ ସେ ଚାଲିବା, ଦେଖିବା ଏବଂ ନାଚି ମଧ୍ୟ ପାରିବେ ।

ABOUT THE AUTHOR

...view details