ଓଡିଶା

odisha

ETV Bharat / bharat

ଶହୀଦ କରକରେଙ୍କକୁ ନେଇ ବିବାଦୀୟ ମନ୍ତବ୍ୟ, ସାଧ୍ବୀଙ୍କୁ ଇସିଙ୍କ ନୋଟିସ

ମୋର ଅଭିଶାପ ଯୋଗୁଁ ଏଟିଏସ ଚିଫ୍ ହେମନ୍ତ କରକରେଙ୍କୁ ଆତଙ୍କବାଦୀ ହତ୍ୟା କରିଛନ୍ତି ବୋଲି କହିଥିଲେ ସେ । ଏନେଇ ନିର୍ବାଚନ ଆୟୋଗରେ ଅଭିଯୋଗ ଦାୟର କରାଯାଇଥିଲା ।

By

Published : Apr 21, 2019, 1:30 AM IST

ଫଟୋ ସୌଜନ୍ୟ: ଏଏନଆଇ

ଭୋପାଳ: ମାଲେଗାଁଓ ବିସ୍ଫୋରଣର ଅଭିଯୁକ୍ତ ତଥା ଭୋପାଳରୁ ବିଜେପି ଲୋକସଭା ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞା ସିଂ ଠାକୁର ଦେଇଛନ୍ତି ଏକ ବିବାଦୀୟ ମନ୍ତବ୍ୟ । ମୋର ଅଭିଶାପ ଯୋଗୁଁ ଏଟିଏସ ଚିଫ୍ ହେମନ୍ତ କରକରେଙ୍କୁ ଆତଙ୍କବାଦୀ ହତ୍ୟା କରିଛନ୍ତି ବୋଲି କହିଥିଲେ ସେ । ଏନେଇ ନିର୍ବାଚନ ଆୟୋଗରେ ଅଭିଯୋଗ ଦାୟର କରାଯାଇଥିଲା ।

ଯାହାପରେ ନିର୍ବାଚନ ଆୟୋଗ ସାଧ୍ବୀଙ୍କ ନାଁରେ ନୋଟିସ ଜାରି କରିଛନ୍ତି । ଏହି ମନ୍ତବ୍ୟ ଉପରେ ସାଧ୍ବୀଙ୍କ ସ୍ପଷ୍ଟୋକ୍ତି ମାଗିଛି ଆୟୋଗ । ଏହାପୂର୍ବରୁ ଗତକାଲି(ଶୁକ୍ରବାର) ସାଧ୍ବୀଙ୍କ ନାଁରେ ଅଭିଯୋଗ ଆସିବା ପରେ ମଧ୍ୟପ୍ରଦେଶର ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ ୨୬/୧୧ର ଶହୀଦଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେଇଥିବା ଭୋପାଳ ଲୋକସଭା ଆସନର ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞାଙ୍କ ବିରୋଧରେ ଅଭିଯୋଗ ମିଳିଛି । ଏହି ମାମଲାରେ ଯାଞ୍ଚ ଜାରି ରହିଛି ।

ସେହିପରି ଆଇପିଏସ ଆସୋସିଏଶନ ଟ୍ବିଟ କରି କହିଛି ଯେ ଅଶୋକ ଚକ୍ରରେ ସମ୍ମାନିତ ଆଇପିଏସ ହେମନ୍ତ କରକରେ ଆତଙ୍କବାଦୀଙ୍କ ସହ ଲଢେଇ କରି ସର୍ବୋଚ୍ଚ ବଳିଦାନ ଦେଇଛନ୍ତି । ଆମେ ସମସ୍ତେ ଜଣେ ପ୍ରାର୍ଥୀଙ୍କ ଦ୍ବାରା ଦିଆଯାଇଥିବା ଅପମାନଜନକ ମନ୍ତବ୍ୟର କଡା ନିନ୍ଦା କରୁଛୁ । ଏପରି ମନ୍ତବ୍ୟ ଶହୀଦ କରକରେଙ୍କ ପାଇଁ ବହୁତ ଅପମାନଜନକ । ଆମେ ଦାବି କରୁଛୁ ସମସ୍ତ ଶହୀଦଙ୍କ ବଳିଦାନକୁ ସମ୍ମାନ କରାଯାଉ ।

ABOUT THE AUTHOR

...view details