ଓଡିଶା

odisha

ETV Bharat / bharat

2 ପିଲାଙ୍କୁ ବିଷ ଦେଇ ଆତ୍ମହତ୍ୟା କଲା ମା' - 2 ପିଲାଙ୍କୁ ବିଷ ଦେଇ ମାଆର ଆତ୍ମହତ୍ୟା

2 ପିଲାଙ୍କୁ ବିଷ ଦେଇ ନିଜେ ବିଷ ପିଇ ଆତ୍ମହତ୍ୟା କରିଛି ମା' । କର୍ଣ୍ଣାଟକର ଗୋକାକ ଜିଲ୍ଲାର ବାଲଗାଭୀ ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ଘଟଣା ।

ଫଟୋ ସୌଜନ୍ୟ- ଇଟିଭି ଭାରତ ବ୍ୟୁରୋ

By

Published : Sep 24, 2019, 11:01 AM IST

ବେଙ୍ଗାଲୁରୁ: ଗୋକାକ ଜିଲ୍ଲାର ବାଲଗାଭୀ ଅଞ୍ଚଳରେ ଅଭାବନୀୟ ଦୃଶ୍ୟ । ଜଣେ ମାଆ ନିଜ ଦୁଇ ପିଲାଙ୍କୁ ବିଷ ଦେଇ ନିଜେ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘରେ କେହି ନଥିବା ବେଳେ ମହିଳା ଜଣଙ୍କ ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ଗୋକାକରେ ରହୁଥିବା ଏହି ମହିଳା କୌଣସି କାରଣରୁ ନିଜର ଗୋଟିଏ ପୁଅ ଓ ଝିଅକୁ ବିଷ ଦେଇ ନିଜେ ବିଷ ପିଇଦେଇଥିଲେ । ତେବେ ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ଆଣିବା ବେଳେ ମୃତ୍ୟୁ ହୋଇଛି ।

ତେବେ ମୃତକ ହେଲେ ଲକ୍ଷ୍ମୀ(40), 8 ବର୍ଷୀୟା ଝିଅ ହର୍ଷିକା ଓ 6 ବର୍ଷର ସମର୍ଥ । ଆତ୍ମହତ୍ୟାର କାରଣ ଜଣାପଡିନିଥିବା ବେଳ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ABOUT THE AUTHOR

...view details