ଓଡିଶା

odisha

ETV Bharat / bharat

ନାବାଳିକାକୁ ଦୁଷ୍କର୍ମ ପରେ ପୋଡି ନଦୀରେ ଫୋପାଡ଼ିଲେ ଦୁର୍ବୃତ୍ତ - ଉତ୍ତରପ୍ରଦେଶ

ନୃଶଂସତାର ସୀମା ପାର୍ କରୁଛନ୍ତି ଦୁର୍ବୃତ୍ତ । ଉତ୍ତରପ୍ରଦେଶର ଭଦୋହୀ ଅଞ୍ଚଳରେ ଜଣେ ୧୭ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କରିବା ପରେ ପୀଡ଼ିତାର ଦେହରେ ଏସିଡ଼୍ ପକାଇ ଅର୍ଦ୍ଧଦଗ୍ଧ ଅବସ୍ଥାରେ ନଦୀରେ ଫୋପାଡ଼ି ଚାଲିଯାଇଛନ୍ତି ଦୁର୍ବୃତ୍ତ । ଅଧିକ ପଢନ୍ତୁ...

ନାବାଳିକାକୁ ଦୁଷ୍କର୍ମ ପରେ ଏସିଡ଼୍ ପକାଇ ଅର୍ଦ୍ଧଦଗ୍ଧ ଅବସ୍ଥାରେ ନଦୀରେ ଫୋପାଡ଼ିଲେ ଦୁର୍ବୃତ
ନାବାଳିକାକୁ ଦୁଷ୍କର୍ମ ପରେ ଏସିଡ଼୍ ପକାଇ ଅର୍ଦ୍ଧଦଗ୍ଧ ଅବସ୍ଥାରେ ନଦୀରେ ଫୋପାଡ଼ିଲେ ଦୁର୍ବୃତ

By

Published : Aug 20, 2020, 10:39 AM IST

ଲକ୍ଷ୍ନୌ: ଅପରାଧ ତାଲିକାରେ ଏବେ ନମ୍ବର-1 ରେ ଅଛି ଉତ୍ତରପ୍ରଦେଶ । ଏଠାରେ ନୃଶଂସତାର ସୀମା ପାର୍ କରୁଛନ୍ତି ଦୁର୍ବୃତ୍ତ । ଗତ କିଛି ଦିନ ମଧ୍ୟରେ ତିନି ତିନୋଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିଲା ବେଳେ ଆଜି ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶର ଭଦୋହୀ ଅଞ୍ଚଳରେ ଜଣେ ୧୭ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କରିବା ପରେ ପୀଡ଼ିତାର ଦେହରେ ଏସିଡ଼୍ ପକାଇ ଅର୍ଦ୍ଧଦଗ୍ଧ ଅବସ୍ଥାରେ ନଦୀରେ ଫୋପାଡ଼ି ଚାଲିଯାଇଛନ୍ତି ଦୁର୍ବୃତ୍ତ ।

ପୁଲିସ୍ ମୁତାବକ , ଭଦୋହୀର ୧୭ ବର୍ଷୀୟା ଏହି ନାବାଳିକା ଗତ ୧୮ ତାରିଖରେ ଗାଇ ଚରାଇବା ପାଇଁ କ୍ଷେତକୁ ଯାଇଥିଲା । ତା’ପରଠୁ ଝିଅଟି ନିଖୋଜ ହୋଇଯିବାରୁ ଅନେକ ଖୋଜାଖୋଜି ପରେ ପରିବାର ଲୋକ ପୁଲିସରେ ଏନେଇ ଅଭିଯୋଗ କରିଥିଲେ । ପରିବାର ସଦସ୍ୟଙ୍କ ଅଭିଯୋଗରେ ପୋଲିସ ଆଇପିସିର ଧାରା 363 ଅନୁଯାୟୀ ଅପହରଣ ମାମଲା ରୁଜୁ କରି ନାବାଳିକାକୁ ଖୋଜୁଥିଲା। ଏହାରି ଭିତରେ ଝିଅଟିର ଅର୍ଦ୍ଧଦଗ୍ଧ ଶବ ନଦୀ କୂଳରୁ ମିଳିଥିଲା । ପୀଡିତା ପରିବାର କହିବାନୁସାରେ ଦୁଷ୍କର୍ମ ପରେ ଝିଅଟି ଉପରେ ଏସିଡ଼୍ ପକାଯାଇଛି ଏବଂ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାକୁ ନଦୀରେ ଫୋପାଡ଼ି ଦିଆଯାଇଛି ।

ନାବାଳିକାକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରୁଛି। ତାଙ୍କ ଗାଁ ନିକଟରେ ଥିବା ଏକ ଇଟ୍ଟା ଭାଟ୍ଟିର ଅପରେଟର ନାବାଳିକାକୁ ଦୁଷ୍କର୍ମ କରି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାର ଜାଞ୍ଚ୍ ପାଇଁ ୪ ଜଣିଆ ଏକ କ୍ରାଇମବ୍ରାଞ୍ଚ୍ ଟିମ୍ ଗଠନ କରାଯାଇଛି । ପୋଲିସ ଅଧୀକ୍ଷକ ରାମ ବଦନ ସିଂ କହିଛନ୍ତି ଯେ, ପରିବାର ସଦସ୍ୟଙ୍କ ଅଭିଯୋଗ ପୋଷ୍ଟମର୍ଟମ ପରେ ହିଁ ନିଶ୍ଚିତ ହେବ ।

ABOUT THE AUTHOR

...view details