ଓଡିଶା

odisha

ETV Bharat / bharat

ଅଧିକ ଅଣ୍ଡା ମାଗିବାରୁ 4 ବର୍ଷର ଶିଶୁ ଉପରକୁ ପିଙ୍ଗିଲେ ଗରମ ଖେଚୁଡି

ଅଧିକ ଅଣ୍ଡାଟିଏ ମାଗିବାରୁ ଗରମ ଖେଚୁଡି ପକାଇଲେ ଅନୁଷ୍ଠାନ କର୍ମଚାରୀ । ଗୁରୁତର ଆହତ 4 ବର୍ଷର ଶିଶୁ ଡାକ୍ତରଖାନାରେ ଭର୍ତ୍ତି । ଥାନାରେ ପରିବାର ପକ୍ଷରୁ ମାମଲା ରୁଜୁ । ପୋଲିସ କରୁଛି ତଦନ୍ତ ।

By

Published : May 26, 2019, 5:57 PM IST

ଡିଜାଇନ ଫଟୋ

କୋଲକାତା: 4 ବର୍ଷର କଅଁଳ ଶିଶୁ ଉପରେ ଗରମ ଖେଚୁଡି ପକାଇଲେ ଅନୁଷ୍ଠାନର ମହିଳା କର୍ମଚାରୀ । ତେବେ ଏଭଳି ଅମାନବୀୟ କାମ କରିବା ପଛରେ କଣ ରହିଛି କାରଣ, ତାହା ଜାଣିଲେ ଆପଣଙ୍କ ପାଦତଳୁ ମାଟି ଖସିଯିବ। ପ୍ରତ୍ୟେକ ଦିନ ପିଲାଙ୍କୁ ଜଳଖିଆ ଖାଇବା ସହ ଦିଆଯାଏ ଅଣ୍ଡା । ଘଟଣା ଦିନ ଏହି 4 ବର୍ଷର ଶିଶୁ ଖାଇବା ସମୟରେ ଅଧିକ ଗୋଟିଏ ଅଣ୍ଡା ମାଗିଦେଇଥିଲା । ହେଲେ ଏଥିରେ ଉତକ୍ଷିପ୍ତ ହୋଇଯାଇଥିଲେ ମହିଳା ଜଣକ । ସଙ୍ଗେ ସଙ୍ଗେ ପିଲାଟି ଉପରେ ଗରମ ଖେଚୁଡି ପକାଇ ଦେଇଥିଲେ ।

ଏଭଳି ଘଟଣା ଘଟିଛି ପଶ୍ଚିମବଙ୍ଗ ମୁର୍ଶିଦାବାଦର ରଘୁନାଥଗଞ୍ଚ ଅଞ୍ଚଳରେ ଥିବା ଏକ ଶିକ୍ଷାନୁଷ୍ଠାନରେ । ଘଟଣା ପରେ ପିଲାଟି କାନ୍ଦି କାନ୍ଦି ଘରକୁ ଯାଇଥିଲା । ପିଲାର ଏପରି ଅବସ୍ଥା ଦେଖି ମା' ସଙ୍ଗେ ସଙ୍ଗେ ଉକ୍ତ ମହିଳା କର୍ମଚାରୀଙ୍କ ନାମରେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ଫଳରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

For All Latest Updates

ABOUT THE AUTHOR

...view details