ଓଡିଶା

odisha

ETV Bharat / bharat

ବେଙ୍ଗାଲୁରୁ ପୋଲିସ ନାଁରେ ନକଲି ଫେସବୁକ ଆକାଉଣ୍ଟ, ଜଣେ ଅଭିଯୁକ୍ତ ଗିରଫ - ଫେସବୁକ ଆକାଉଣ୍ଟ

ବେଙ୍ଗାଲୁରୁ ପୋଲିସ ନାଁରେ ନକଲି ଫେସବୁକ ଆକାଉଣ୍ଟ ଖୋଲାଯାଇଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ବେଙ୍ଗାଲୁରୁ ପୋଲିସ ନାଁରେ ଫେସବୁକ ଆକାଉଣ୍ଟ, ଜଣେ ଅଭିଯୁକ୍ତ ଗିରଫ
ବେଙ୍ଗାଲୁରୁ ପୋଲିସ ନାଁରେ ଫେସବୁକ ଆକାଉଣ୍ଟ, ଜଣେ ଅଭିଯୁକ୍ତ ଗିରଫ

By

Published : Aug 26, 2020, 3:31 PM IST

Updated : Aug 26, 2020, 3:55 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରରୁରେ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ନିକଟରେ ହୋଇଥିବା ବ୍ୟାପକ ହିଂସା ହୋଇଥିଲା । ତେବେ ଏହାର କିଛି ଦିନ ପରେ ଏବେ ବେଙ୍ଗାଲୁରୁ ପୋଲିସ ନାଁରେ ନକଲି ଫେସବୁକ ଆକାଉଣ୍ଟ ଖୋଲାଯାଇଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ସେଣ୍ଟ୍ରାଲ କ୍ରାଇମବ୍ରାଞ୍ଚ (ସିସିବି) ସାଇବର କ୍ରାଇମ ୱିଙ୍ଗ ବେଙ୍ଗାଲୁରୁ ସିଟି ପୋଲିସ ନାଁରେ ଏକ ନକଲି ଫେସବୁକ ଆକାଉଣ୍ଟ ଖୋଲାଯାଇଥିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା କ୍ରାଇମବ୍ରାଞ୍ଚର ଯୁଗ୍ମ କମିଶନର ସନ୍ଦୀପ ପାଟିଲ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତଜଣଙ୍କ ବେଙ୍ଗାଲୁରୁ ଉପକଣ୍ଠ ମଲ୍ଲେଶ୍ବରମର 40 ବର୍ଷିୟ ପଙ୍କଜ କୁମାର ବଚାଓ୍ବାତ ବୋଲି ଜଣାପଡିଛି ।

ଚଳିତ ମାସ ଆରମ୍ଭରେ ଫେସବୁକରେ ଜଣେ ରାଜନେତାଙ୍କ ସମ୍ପର୍କୀୟଙ୍କ ଆପତ୍ତିଜନକ ସୋସିଆଲ ମିଡିଆ ପୋଷ୍ଟ କରିବା ପରେ ରାଜଧାନୀରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା । ଏହି ଘଟଣାରେ 300ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ ।

Last Updated : Aug 26, 2020, 3:55 PM IST

ABOUT THE AUTHOR

...view details