ନୂଆଦିଲ୍ଲୀ: ରାଜ୍ୟବାସୀଙ୍କୁ କନ୍ଦାଉଛି ପିଆଜ ଦର। ପିଆଜ ପ୍ରହାରରେ ଚାଷୀ ଘାଇଲା ହେବା ସହ ପରିବା ଡାଲାରୁ ପିଆଜ ଉଭାନ। ପିଆଜ ଦରରେ ଲଗାମ ଲାଗୁନଥିବା ବେଳେ ଦିନ ପରେ ଦିନ ଦର ବଢିଚାଲିଛି । ବର୍ତ୍ତମାନ ପରିସ୍ଥିତିରେ ଲୋକେ ପିଆଜକୁ ସୁନା ଭଳି ସାଇତି ରଖିବା ସହ ଉପହାରରେ ଦେଉଛନ୍ତି ।
ବିବାହରେ କନ୍ୟାକୁ 5 କେଜି ପିଆଜ ଉପହାର... - ପିଆଜ ଦର ବୃଦ୍ଧି
ପିଆଜ ଦର ସମସ୍ତଙ୍କୁ କନ୍ଦାଉଥିବା ବେଳେ ଦରବୃଦ୍ଧିକୁ ନେଇ ଅନେକ ମଜ୍ଜାଦାର ଭିଡିଓ ସମସ୍ତଙ୍କୁ ହସେଇ ହସେଇ ବେଦମ କରୁଛି। ସେଥିମଧ୍ୟରୁ ଏବେ କୌଣସି ଦାମିକା ଉପହାର ଦେବା ବେଳେ କେହି ସୁନା ବଦଳରେ ପିଆଜ ଦେଉଛନ୍ତି । ଅଧିକ ଖବର ପଢନ୍ତୁ...
ବିବାହରେ କନ୍ୟାକୁ 5 କେଜି ପିଆଜ ଉପହାର,ଭିଡିଓ ଭାଇରାଲ
ଏବେ ପିଆଜ ଦର 160 ଛୁଇଁଥିବା ବେଳେ ଆଗକୁ ଏହି ଦର ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି । ତେବେ ପିଆଜର ଏହି ଆକାଶ ଛୁଆଁ ଦରକୁ ନେଇ ଅନେକ ମଜ୍ଜାଦାର ଭିଡିଓ ସାମ୍ନାକୁ ଆସିଛି । ସେଥିମଧ୍ୟରୁ ଜଣେ ବ୍ୟକ୍ତି ଏକ ବିବାହ ଉତ୍ସବରେ କନିଆଁକୁ ଉପହାର ସ୍ବରୂପ 5 କେଜି ପିଆଜ ଦେଇଛନ୍ତି। ହେଲେ ବ୍ୟକ୍ତି ଜଣକ ପିଆଜ ନେଇ ଷ୍ଟେଜରେ ପହଞ୍ଚିବା ପୂର୍ବରୁ କନିଆଁଟି ହସହସି ବେଦମ ହୋଇଯାଇଥିଲା।
ତେବେ ଏହି ବହୁମୂଲ୍ୟ ଉପହାର ସହ କନିଆଁ ଜଣକ ଫଟୋ ଉଠାଇଥିଲେ। ପରବର୍ତ୍ତୀ ସମୟରେ ଭିଡିଓଟିକୁ ଟିକ୍ଟକ୍ରେ ପୋଷ୍ଟ କରାଯାଇଥିଲା, ଯାହା ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।