ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ରାଜରାସ୍ତା ପାଲଟିଲା ମହାକାଶ । ଆଉ ସେଠାରେ ‘ମୁନ ଓ୍ବାକ’ କରିଛନ୍ତି ଜଣେ ଯୁବକ। ତେବେ ଏହା କୌଣସି ମହାକାଶ ନୁହେଁ କି ସେ ମଧ୍ୟ ମହାକାଶଚାରୀ ନୁହନ୍ତି । ଏହା ଆମେ କହୁନାହୁଁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଏଭଳି ଦେଖିବାକୁ ମିଳିଛି । ଭିଡିଓରେ ଜଣେ ବ୍ୟକ୍ତି ବେଙ୍ଗାଲୁରୁର ରାଜ ରାସ୍ତାରେ ମହାକାଶଚାରୀର ରୂପ ନେଇ ବୁଲୁଛନ୍ତି । ଯାହାକୁ ଦେଖିଲେ ଲାଗୁଛି ସତରେ ଯେଭଳି ଚନ୍ଦ୍ରପୃଷ୍ଠରେ ଜଣେ ମହାକାଶଚାରୀ ଚାଲୁଛନ୍ତି। କିନ୍ତୁ ଏହି ଦୃଶ୍ୟକୁ କିଛି ସମୟ ଦେଖିଲେ ଆପଣ ଜାଣିପାରିବେ ଏହା କୌଣସି ଚନ୍ଦ୍ରପୃଷ୍ଠ ନୁହେଁ ବରଂ ଏକ ରାସ୍ତାର ଦୁରାବସ୍ଥା ।
ମହାକାଶରେ ପଡୁ ପଡୁ ବର୍ତ୍ତିଲେ ମହାକାଶଚାରୀ; ଦେଖନ୍ତୁ ଭିଡିଓ - ବେଙ୍ଗାଲୁରୁ
ରାଜରାସ୍ତାକୁ ମହାକାଶରେ ପରିଣତ କଲେ ମହାକାଶଚାରୀ । ତେବେ ସେ କୌଣସି ପ୍ରକୃତ ମହାକାଶଚାରୀ ନୁହନ୍ତି । ବରଂ ବିପର୍ଯ୍ୟୟ ରାସ୍ତାର ଚିତ୍ରକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇବା ପାଇଁ ଏପରି କିଛି କାରନାମା ଦେଖାଇଛନ୍ତି ଜଣେ କଳାକାର ।
ତେବେ ଆପଣ ଭାବୁଥିବେ ଯୁବକ ଜଣକ ରାସ୍ତାରେ କାହିଁକି ଏଭଳି ବୁଲୁଛନ୍ତି । ବାସ୍ତବରେ ଏହି ଯୁବକ ଜଣେ କଳାକାର । ତାଙ୍କ ନା ବାଦଲ । ବେଙ୍ଗାଲୁରୁସ୍ଥିତ ତୁଙ୍ଗାନଗରରେ ରାସ୍ତା ଖରାପ ଥିବାରୁ ଲୋକଙ୍କୁ ଯାତାୟାତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ରାସ୍ତାରେ ଏତେ ବଡ ଖାଲଢିପ ଅଛି ଯେ ତାହା ଚନ୍ଦ୍ର ପୃଷ୍ଠ ଭଳି ଦେଖାଯାଉଛି । ଏନେଇ ପ୍ରଶାସନଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ ସମସ୍ତଙ୍କୁ ଗୁହାରି କରିବା ପରେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଫଳରେ ରାସ୍ତା ମରାମତିକୁ ନେଇ ପ୍ରଶାସନର ଧ୍ୟାନ ଆକର୍ଷଣ ପାଇଁ ସେ ଏଭଳି ଉପାୟ ଆପଣାଇଛନ୍ତି ।
ବାଦଲ ରବିବାର ରାତିରେ ମହାକାଶଚାରୀ ପୋଷାକ ପରିଧାନ କରି ରାସ୍ତାର ଖାଲଢିପ ଉପରେ ‘ମୁନ ଓ୍ବାକ’ କରିଛନ୍ତି। ଯାହାକୁ ଦେଖିଲେ ଲାଗୁଛି ସତରେ ଯେଭଳି ଚନ୍ଦ୍ରପୃଷ୍ଠରେ ଜଣେ ମହାକାଶଚାରୀ ଚାଲୁଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।