ନୂଆଦିଲ୍ଲୀ:ଜୋତା ତିଆରି କାରଖାନାରେ ଭୟାବହ ଅଗ୍ନିକାଣ୍ତ । ଦିଲ୍ଲୀର ନରେଲା ଶିଳ୍ପାଞ୍ଚଳରେ ଥିବା କାରଖାନାରେ ନିଆଁ ଲାଗିଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଏହି ଅଗ୍ନିକାଣ୍ତରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି । ତେବେ ଅଗ୍ନିକାଣ୍ତର କାରଣ ଅସ୍ପଷ୍ଟ ରହିଛି ।
ଜୋତା ତିଆରି କାରଖାନାରେ ଭୟାବହ ଅଗ୍ନିକାଣ୍ତ - fire broke out a shoe manufacturing factory
ଜୋତା ତିଆରି କାରଖାନାରେ ଭୟାବହ ଅଗ୍ନିକାଣ୍ତ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ....
ଜୋତା ତିଆରି କାରଖାନାରେ ଭୟାବହ ଅଗ୍ନିକାଣ୍ତ
ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ନିଆଁ ଲାଗିଥିଲା । ଏନେଇ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହିନି ପହଞ୍ଚି ଥିଲା । ହେଲେ ନିଆଁର ଭୟାବହତା ଅଧିକ ଥିବାରୁ ନିଆଁ ଲିଭାଇବା ପାଇଁ 26ଟି ଦମକଳ ଗାଡି ନିୟୋଜିତ ହୋଇଥିଲା । ଏହାସହ ସକାଳ ପର୍ଯ୍ୟନ୍ତ ମଧ୍ୟ ନିଆଁ ଲିଭା ଚାଲିଥିଲା । ଏନେଇ ଦିଲ୍ଲୀ ଅଗ୍ନିଶମ ବିଭାଗର ଡିଜି ସୂଚନା ଦେଇଛନ୍ତି ।
@ANI