ରାଞ୍ଚି: ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ଲକଡାଉନ ସତ୍ତ୍ବେ ରାସ୍ତାରେ ଅନେକ ଲୋକ ବୁଲୁଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ପୋଲିସ ଲାଠି ମାଡ କରିଛି । କୋରୋନାକୁ ନେଇ କରାଯାଇଥିବା ଟ୍ରାଫିକ ନିୟମକୁ ଉଲ୍ଲଙ୍ଘନ କରିଥିବା କିଛି ଲୋକଙ୍କ ଠାରୁ ଫାଇନ ମଧ୍ୟ ଆଦାୟ କରାଯାଇଛି ।
ରାଞ୍ଚିରେ ଲକଡାଉନ: 542 ଗାଡିରୁ ଆଦାୟ ହେଲା 1.21 ଲକ୍ଷ ଟଙ୍କା
କୋରୋନାକୁ ନେଇ ଜାରି ରହିଥିବା ଲକ ଡାଉନର ଉଲ୍ଲଙ୍ଘନ କରିବା ସହ ଟ୍ରାଫିକ ନିୟମ ନମାନିବାରୁ 542ଟି ଗାଡି ଚାଳକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଦାୟ ହୋଇଛି । ଅଧିକ ପଢନ୍ତୁ...
ରାଞ୍ଚିରେ ଲକ ଡାଉନ
ତେବେ ସହରରେ ଟ୍ରାଫିକ ନିୟମ ଭାଙ୍ଗିଥିବା 542ଟି ଗାଡିରୁ ସମୂଦାୟ 1.21 ଲକ୍ଷ ଟଙ୍କା ଆଦାୟ କରାଯାଇଛି। ଏଥି ମଧ୍ୟରୁ ସର୍ବାଧିକ ବିନା ହେଲମେଟରେ ଗାଡି ଚଳାଉଥିବା 200 ଜଣ ଚାଳକଙ୍କ ଠାରୁ ଚାଲାଣ କଟାଯାଇଛି । ଏହାସହ ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡି ଚଳାଉଥିବା 105 ଜଣ ବ୍ୟକ୍ତିଙ୍କ ଠାରୁ ଚାଲାଣ କଟାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ