ମାଙ୍ଗାଲୁର: ସହଜ ହେଲା ଗଛ ଚଢିବା । ଏବେ କେଇ ମିନିଟରେ ଚଢି ପାରିବେ 50ରୁ ଊର୍ଦ୍ଧ୍ବ ଗଛ । ସୁରକ୍ଷିତ ଭାବେ ଏବଂ ସହଜରେ ଗଛ ଚଢିବା ପାଇଁ ଏବେ ସହାୟତା କରିବ ଅତି ଉନ୍ନତ କ୍ଲାଇମ୍ବର ମେସିନ । ଅତି ମସୃଣ ଓ ସିଧା ଗଛରେ ବି ଯେକୌଣସି ବ୍ୟକ୍ତି ସୁରକ୍ଷିତ ଭାବେ ଚଢିହେବ ।
ଆଗରୁ ମଧ୍ୟ ଗଛ ଚଢିବା ନେଇ ବିଭିନ୍ନ ମେସିନ ରହିଛି । କିନ୍ତୁ ମସୃଣ କିମ୍ବା ସିଧା ଗଛରେ ସାଧାରଣତଃ ଗଛ ଚଢିବା କଷ୍ଟକର ହୋଇପଡୁଥିବା ବେଳେ କର୍ଣ୍ଣାଟକର ଜଣେ କୃଷକ ଏନେଇ ପ୍ରୟୋଗ କରିଛନ୍ତି ନିଜ ଜ୍ଞାନ କୌଶଳ । ସୁରକ୍ଷିତ ଓ ସହଜ ଭାବେ ସେ ନିର୍ମାଣ କରିପାରିଛନ୍ତି କ୍ଲାଇମ୍ବର ମେସିନ ।