ଓଡିଶା

odisha

ETV Bharat / bharat

ଝିଅ ଜନ୍ମ ହେଲେ ନିଅନ୍ତିନି ଫିସ୍, ବାଣ୍ଟନ୍ତି ମିଠା

ଡାକ୍ତରଙ୍କ ମହାନତା। ନର୍ସିଂହୋମରେ କୌଣସି ଦମ୍ପତ୍ତିଙ୍କର ଝିଅ ଜନ୍ମ ହେଲେ ନେଇନଥାନ୍ତି କୌଣସି ଫିସ୍ ।  ଅଧିକ ପଢନ୍ତୁ...

By

Published : Feb 7, 2020, 3:28 AM IST

ଡାକ୍ତରଙ୍କ ମହାନତା
ଡାକ୍ତରଙ୍କ ମହାନତା

ଲକ୍ଷ୍ନୌ: ଦେଶରେ ଏପରି ଅନେକ ଡାକ୍ତର ଅଛନ୍ତି ଯିଏ ନିସ୍ବାର୍ଥପର ଭାବେ ରୋଗୀଙ୍କ ସେବା କରିଥାନ୍ତି । କେହି ମାଗଣାରେ ଔଷଧ ବାଣ୍ଟିଥାନ୍ତି ତ ଆଉ କିଏ ମାଗଣାରେ ଚିକିତ୍ସା କରିଥାନ୍ତି। ଏଭଳି ଜଣେ ଡାକ୍ତର ଯିଏ ଝିଅ ଜନ୍ମ ହେଲେ ମିଠା ବାଣ୍ଟିଥାନ୍ତି ଆଉ ଫିସ୍ ମଧ୍ୟ ନେଇନଥାନ୍ତି। ତେବେ ସେହିଭଳି ଜଣେ ଡାକ୍ତର ହେଉଛନ୍ତି ଉତ୍ତରପ୍ରଦେଶ ବାରଣାସୀ ଜିଲ୍ଲାର ଡାକ୍ତର ସିପ୍ରା ଧର।

ଗତ କିଛି ବର୍ଷ ଧରି ସେ ଏପରି ନିସ୍ବାର୍ଥପର ସେବା କରିଆସୁଛନ୍ତି ଡାକ୍ତର ସିପ୍ରା ଧର । ତାଙ୍କ ନର୍ସିଂ ହୋମରେ କୌଣସି ଦମ୍ପତ୍ତିଙ୍କର ଝିଅ ଜନ୍ମ ହେଲେ ସେ ସମଗ୍ର ହସ୍ପିଟାଲରେ ମିଠା ବାଣ୍ଟିଥାନ୍ତି ।

ବାରଣାସୀରେ ଡାକ୍ତର ସିପ୍ରାଙ୍କ ନର୍ସିଂହୋମରେ ବର୍ତ୍ତମାନ ପର୍ଯ୍ୟନ୍ତ 100 ଝିଅଙ୍କ ଜନ୍ମ ହୋଇଛନ୍ତି । ହେଲେ ସିପ୍ରା କାହାରିଠାରୁ ଫିସ୍ ନେଇ ନାହାନ୍ତି। ଯାହାକୁ ନେଇ ସବୁ ମହଲରେ ତାଙ୍କର ଏହି କାମକୁ ପ୍ରଂଶସା କରାଯାଇଛି।

ABOUT THE AUTHOR

...view details