ଡେରାଡୁନ: ସାରା ଦେଶ କୋରୋନା ସହ ଲଢେଇ କରୁଥିବା ବେଳେ ଉତ୍ତରାଖଣ୍ଡ ପୋଲିସର ଏକ ଭିନ୍ନ ରୂପ ସାମ୍ନାକୁ ଆସିଛି । ମହାମାରୀର ଆଗ ଧାଡିର ଯୋଦ୍ଧା ଭାବେ ସାମିଲ ହୋଇ ଡେରାଡୁନ ପୋଲିସ ଯେଉଁଭଳି କାମ କରୁଛନ୍ତି ତାହାକୁ ଏକ ଛୋଟ ଭିଡିଓ ମାଧ୍ୟମରେ ଲୋକଲୋଚନକୁ ଆଣିଛନ୍ତି କ୍ରାଇମ ଏସପି ଲୋକଜିତ୍ ସିଂ ।
ସିଙ୍ଗର ଜୁବିନଙ୍କ କଣ୍ଠରେ ଡେରାଡୁନ ପୋଲିସଙ୍କ ଜଜବା - Uttarakhand Police has been revealed during Covid19
ମହାମାରୀର ଆଗ ଧାଡିର ଯୋଦ୍ଧା ଭାବେ ସାମିଲ ହୋଇ ଡେରାଡୁନ ପୋଲିସ ଯେଉଁଭଳି କାମ କରୁଛନ୍ତି ତାହାକୁ ଏକ ଛୋଟ ଭିଡିଓ ମାଧ୍ୟମରେ ଲୋକଲୋଚନକୁ ଆଣିଛନ୍ତି କ୍ରାଇମ ଏସପି ଲୋକଜିତ୍ ସିଂ । ଅଧିକ ପଢନ୍ତୁ...
ସିଙ୍ଗର ଜୁବିନଙ୍କ କଣ୍ଠରେ ଡୁନ ପୋଲିସଙ୍କ ଜଜବା
ଏସପି ଲୋକଜିତ ସିଂ ଏକ ଗୀତ ଲେଖିଛନ୍ତି ଯାହାର ଟାଇଟଲ ରହିଛି 'ଜଜବା' । ଆଉ ଏହି ଗୀତରେ କଣ୍ଠଦାନ କରିଛନ୍ତି ବଲିଉଡ କଣ୍ଠଶିଳ୍ପୀ ଜୁବିନ ନୌତିଆଲ । 2 ମିନିଟ 20 ସେକେଣ୍ଡର ଗୀତର ଏହି ଭିଡିଓରେ ଉତ୍ତରାଖଣ୍ଡ ପୋଲିସ କିଭଳି ଖରାବର୍ଷାକୁ ଖାତିର ନକରି ନିଜ କର୍ତ୍ତବ୍ୟପାଳନ କରୁଛନ୍ତି ତାହା ଦର୍ଶାଯାଇଛି । ଏହି ଭିଡିଓକୁ ଉତ୍ତରାଖଣ୍ଡ ପୋଲିସ ନିଜ ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛି ।