ପାଟନା: ପ୍ରଳୟଙ୍କାରୀ ବନ୍ୟାରେ ଭାସୁଛନ୍ତି ବର ବଧୂ । ବନ୍ୟାର କରାଳ ରୂପରେ ଘର ଦ୍ବାର ଛାରଖାର ହୋଇଥିବାବେଳେ ଘରକୁ ଫେରିବାକୁ ପାଉନାହାଁନ୍ତି ବାଟ । ଅଣ୍ଟାଏ ପାଣିରେ ସବୁ କିଛି ଭାସି ବୁଲିଛି । ଜନ ଜୀବନ ବଞ୍ଚାଇବାକୁ ଧାଁ ଧପଡ ଚାଲୁଥିବାବେଳେ ଏବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି । ବିବାହ ସାରି ଫେରିବା ପରେ ନିଜ ଘର ନପାଇ ପାଣିରେ ପ୍ଲାଷ୍ଟିକ ଡ୍ରମରେ ନଦୀ ପାର ହେଉଛନ୍ତି ବର ବଧୂ । ତେବେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବିହାରର ଫରବେଶଗଞ୍ଜରେ ।
ବିବାହ ପରେ ବନ୍ୟା ପାଣିରେ ନବଦମ୍ପତି, ଦେଖନ୍ତୁ ଭିଡିଓ - makeshift
ବନ୍ୟା ପାଣିରେ ଭାସୁଛନ୍ତି ନବଦମ୍ପତି । ପ୍ଲାଷ୍ଟିକ ଡ୍ରମ ସାଜିଛି ସାହାରା । ତେବେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବିହାର ଫରବେଶଗଞ୍ଜରେ ।
ଫଟୋ ସୌଜନ୍ୟ: ଏଏନଆଇ
ଖବର ଅନୁଯାୟୀ, ତାଣ୍ଡବ ରଚିଛି ବନ୍ୟା । ଚାରିଆଡେ ଖାଲି ପାଣି ଆଉ ପାଣି । ଏଭଳି ପରିସ୍ଥିତିରେ ଜନସାଧାରଣ ଜୀବନ ବଞ୍ଚେଇବା ପାଇଁ ବିକଳ ହେଉଛନ୍ତି । ପ୍ରଳୟଙ୍କାରୀ ବନ୍ୟା ଆସାମ, ବିହାର ଓ ନେପାଳକୁ ପାଣିରେ ଭସେଇ ଦେବା ସହ ତାର ଭୌଗୋଳିକ ମାନଚିତ୍ରକୁ ସମ୍ପୂର୍ଣ୍ଣ ଛାରଖାର କରିଦେଇଛି ।