ଓଡିଶା

odisha

ETV Bharat / bharat

ମରାଳ ମାଳିନୀ ନିଳାମ୍ବୁ ଚିଲିକା ପ୍ରେମରେ ଭାରତୀୟ ରେଳ

ଉତ୍କଳ କମଳା ବିଳାସେ ଦିର୍ଘିକା, ମରାଳ ମାଳିନୀ ନିଳାମ୍ବୁ ଚିଲିକା । ପୁଣି ସେ କହିଥିଲେ ରହ ରହ ଆରେ ବାଷ୍ପୀୟ ସଂଙ୍କଟ, ଦେଖିବି ତୋହୋର ଚାରୁ ଚିତ୍ରପଟ । ଆଉ ଆଜି ଏହି ଦୃଶ୍ୟକୁ ଅନୁଭବ କରିବାକୁ ପୁନର୍ବାର ବାଧ୍ୟ କରିଛି ଭାରତୀୟ ରେଳ ।

By

Published : Sep 5, 2020, 4:31 PM IST

Updated : Sep 5, 2020, 5:24 PM IST

ମରାଳ ମାଳିନୀ ନିଳାମ୍ବୁ ଚିଲିକା ପ୍ରେମରେ ପାଗଳ ଭାରତୀୟ ରେଳ
ମରାଳ ମାଳିନୀ ନିଳାମ୍ବୁ ଚିଲିକା ପ୍ରେମରେ ପାଗଳ ଭାରତୀୟ ରେଳ

ହାଇଦ୍ରାବାଦ: ଉତ୍କଳ କମଳା ବିଳାସେ ଦିର୍ଘିକା, ମରାଳ ମାଳିନୀ ନିଳାମ୍ବୁ ଚିଲିକା । ପୁଣି ସେ କହିଥିଲେ ରହ ରହ ଆରେ ବାଷ୍ପୀୟ ସଂଙ୍କଟ, ଦେଖିବି ତୋହୋର ଚାରୁ ଚିତ୍ରପଟ । ଚିଲିକାର ତୀରେ ଉତ୍କଳ ମଣିଙ୍କ ସେ ଟ୍ରେନର ଯାତ୍ରା ଯେତିକି ରୋମାଞ୍ଚ ଭରିଥିଲା । ତାଙ୍କ ଲିଖିତ ସେ ‘ଚିଲିକା’ କବିତା ପ୍ରତିଟି ଉତ୍କଳୀୟଙ୍କ ପ୍ରାଣରେ ସତେଜର ଶୀହରଣ ଜାଗ୍ରତ କରିଥିଲା । ଆଉ ଆଜି ଏହି ଦୃଶ୍ୟକୁ ଅନୁଭବ କରିବାକୁ ପୁନର୍ବାର ବାଧ୍ୟ କରିଛି ଭାରତୀୟ ରେଳ ।

ରେଳ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ଚିଲିକା ତୀରେ ଟ୍ରେନ ଯାଉଥିବାର ଏକ ଫଟୋ ପୋଷ୍ଟ କରାଯାଇଛି । ଯେଉଁଥିରେ କୁହାଯାଇଛି, ଏହା ହେଉଛି ଏକ ରୋମାଞ୍ଚିତ ଦୃଶ୍ୟ । ଭାରତର ବୃହତ୍ତମ ହ୍ରଦ ଓ ବିଶ୍ବର ଦ୍ବିତୀୟ ବୃହତ ଲୁଣି ହ୍ରଦ ଚିଲିକାର ପାର୍ଶ୍ବରେ ଟ୍ରେନ ଯାତ୍ରା ଅତ୍ୟନ୍ତ ଆନନ୍ଦଦାୟକ ବୋଲି ଉଲ୍ଲେଖ କରିଛନ୍ତି ରେଳ ବିଭାଗ ।

ଏହି ଯାତ୍ରା ସମୟରେ ପକ୍ଷୀ ମାନଙ୍କ କଳରାବ ଏବଂ ବିହଙ୍ଗ ମାନଙ୍କ ଜଳକ୍ରୀଡ଼ା ଯାତ୍ରୀ ମାନଙ୍କୁ ମନଲୋଭା କରିଥାଏ । ଏଭଳି ପ୍ରାକୃତିକ ଦୃଶ୍ୟ, ନୀଳ ତରଙ୍ଗ ମାନଙ୍କ ମିଳନ ମନରେ ସତେଜତା ସୃଷ୍ଟିକରିଥିବା ମଧ୍ୟ ଟ୍ବିଟ ଯୋଗେ କହିଛି ରେଳ ବିଭାଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 5, 2020, 5:24 PM IST

ABOUT THE AUTHOR

...view details