ଓଡିଶା

odisha

ETV Bharat / bharat

ତିନି ଛୁଆଙ୍କୁ ହତ୍ୟା ପରେ ବାପାର ଆତ୍ମହତ୍ୟା

ବାପା ସାଜିଲା ପିଶାଚ, ତିନି ଛୁଆଙ୍କୁ ହତ୍ୟା ପରେ ନିଜେ କଲା ଆତ୍ମହତ୍ୟା । କାରଣ ଅସ୍ପଷ୍ଟ, ପୋଲିସର ଛାନଭିନ। ଅଧିକ ପଢନ୍ତୁ....

A 40-year-old man in Maharashtra''s Palghar district allegedly killed his three children and committed suicide
ବାପା ସାଜିଲା ପିଶାଚ, ତିନି ଛୁଆଙ୍କୁ ହତ୍ୟା ପରେ,ନିଜେ କଲା ଆତ୍ମହତ୍ୟା

By

Published : Jun 28, 2020, 9:32 AM IST

ମୁମ୍ବାଇ : ବାପା ସାଜିଲା ପିଶାଚ । ତିନି ଛୁଆଙ୍କୁ ହତ୍ୟା ପରେ ନିଜେ କଲା ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୂଚନା ଅନୁସାରେ, ନାଲାସୋପାରାର ବାବୁଲପଡା ଅଞ୍ଚଳରେ ରହୁଥିବା କୈଳାସ କୁମାର ନିଜ 10 ବର୍ଷର ପୁଅ ସହ 2 ଝିଅଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ତେବେ ଦୁଇ ଝିଅଙ୍କର ବୟସ 8 ଓ 5 ବର୍ଷ ହୋଇଥିବା ଜଣାପଡିଛି । ତେବେ କେଉଁ କାରଣରୁ କୈଳାଶ ଏଭଳି ହତ୍ୟାକାଣ୍ତ ଘଟାଇଛନ୍ତି ତାହା ଏବେବି ଅସ୍ପଷ୍ଟ ରହିଛି । ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ସୌଜନ୍ୟ @ ANI

ABOUT THE AUTHOR

...view details