ଓଡିଶା

odisha

ETV Bharat / bharat

ଏବେସୁଦ୍ଧା କୋରୋନାରେ 99 ଡାକ୍ତର ମୃତ, 1300 ଆକ୍ରାନ୍ତ: ଆଇଏମଏ - 1300 doctor affected

ଦେଶରେ ବର୍ତ୍ତମାନ ସୁଦ୍ଧା 1300 ଡାକ୍ତର କୋରୋନା ଆକ୍ରାନ୍ତ ହୋଇଥିବା ବେଳେ 99 ଜଣ ଡାକ୍ତରଙ୍କ କୋରୋନାରେ ମୃତ୍ୟୁ ଘଟିଥିବା ଦ ଇଣ୍ଡିଆନ ମେଡିକାଲ ଆସୋସିଏସନ(ଆଇଏମଏ) ସୂଚନା ଦେଇଛି ।

doctor corona death
ଏବେସୁଦ୍ଧା କୋରୋନାରେ 99 ଡାକ୍ତର ମୃତ

By

Published : Jul 16, 2020, 2:02 PM IST

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ସୁଦ୍ଧା 1300 ଡାକ୍ତର କୋରୋନା ଆକ୍ରାନ୍ତ ହୋଇଥିବା ବେଳେ 99 ଜଣ ଡାକ୍ତରଙ୍କ କୋରୋନାରେ ମୃତ୍ୟୁ ଘଟିଥି ବୋଲି ଦ ଇଣ୍ଡିଆନ ମେଡିକାଲ ଆସୋସିଏସନ(ଆଇଏମଏ)ସୂଚନା ଦେଇଛି । ଦେଶରେ କୋରୋନା ଦୃଷ୍ଟିରୁ ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ହୋଇଥିବା ବେଳେ ଏଠାରେ ବହୁ ସଂଖ୍ୟକ ଡାକ୍ତର କୋରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ସମଗ୍ର ଦେଶରେ ମୋଟ ଡାକ୍ତରଙ୍କ କୋରୋନା ମୃତ୍ୟୁହାର 8 ପ୍ରତିଶତ ହୋଇଥିବା ବେଳେ ମହାରାଷ୍ଟ୍ରରେ ଏହା 20 ପ୍ରତିଶତ ଅଟେ ।

ଆଇଏସଏ ଜାତୀୟ କୋରୋନା ରେଜିଷ୍ଟ୍ରି ତଥ୍ୟ ଅନୁଯୟୀ, ଦେଶରେ ବର୍ତ୍ତମାନ 1302 ଡାକ୍ତର କୋରୋନା ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 99 ଜଣ ଡାକ୍ତର ପ୍ରାଣ ହରାଇଛନ୍ତି । ମୃତ ଡାକ୍ତରଙ୍କ ମଧ୍ୟରୁ 73 ଜଣ 50 ବର୍ଷ ବୟସରୁ ଅଧିକ, 19 ଜଣ 35-40 ବର୍ଷ ଏବଂ 7 ଜଣ 35 ବର୍ଷ ବୟସରୁ କମ୍ ।

ଏହାକୁ ଦୃଷ୍ଟିରେ ରଖି ଡାକ୍ତର ଏବଂ ମେଡିକାଲ କର୍ତ୍ତୃପକ୍ଷଙ୍କୁ ସେମାନଙ୍କ ଗାର୍ଡ ବଢାଇବା ପାଇଁ ଆଇଏସଏ ଏକ ରେଡ ଆଲର୍ଟ ଘୋଷଣା କରିଛି । ଯଦି କୋରୋନା ମୃତ୍ୟୁହାର କମୁଛି ତେବେ ଡାକ୍ତର ଏବଂ ଡାକ୍ତରଖାନାରେ ଏହା ଆରମ୍ଭ କରିବାକୁ ବିବୃତ୍ତିରେ କୁହାଯାଇଛି ।

ଆଇଏମଏର ଜାତୀୟ ସଭାପତି ଡ. ରାଜନ ଶର୍ମା କହିଛନ୍ତି, କୋରୋନା ମହାମାରୀ ସଙ୍କଟ ସମୟରେ ମେଡିକାଲ ହିଁ ଦେଶରେ ଏକ ବଡ ଆଶା ହୋଇଥିବା ବେଳେ ଡାକ୍ତରଙ୍କ ମୃତ୍ୟୁ ଏକ ଚିନ୍ତାର ବିଷୟ ପାଲଟିଛି ।

ଆଇଏମଏ ଡାକ୍ତରଙ୍କମାନଙ୍କୁ ସମସ୍ତ ବୈଜ୍ଞାନିକ ପ୍ରାଟିସ କରିବାକୁ ନିର୍ଦ୍ଦେଶ ଦେଇଛି । ଡାକ୍ତରମାନେ ବର୍ତ୍ତମାନର ସଙ୍କଟ ସମୟରେ ନିଜର ଦାୟିତ୍ବ ଗ୍ରହଣ କରି ନିଜର ଏବଂ ନିଜ ପରିବାର, କର୍ମଚାରୀ ଏବଂ ସହଯୋଗୀଙ୍କର ସୁରକ୍ଷା ଉପରେ ଦୃଷ୍ଟି ଦେବା ଆବଶ୍ୟକ ।

ABOUT THE AUTHOR

...view details