ଓଡିଶା

odisha

By

Published : Apr 26, 2020, 9:22 PM IST

ETV Bharat / bharat

ଲକଡାଉନରେ ଭାରତରେ ବୃଦ୍ଧି ପାଉଛି ଚାଇଲ୍ଡ ପର୍ଣ୍ଣୋଗ୍ରାଫି

ଦେଶବ୍ୟାପୀ ଲକଡାଉନ୍ ସମୟରେ ବୃଦ୍ଧି ପାଉଛି ଚାଇଲ୍ଡ ପର୍ଣ୍ଣୋଗ୍ରାଫି । ପ୍ରାୟ 95 ପ୍ରତିଶତ ଚାଇଲ୍ଡ ପର୍ଣ୍ଣ ବୃଦ୍ଧି ପାଇଥିବା ସୂଚନା ଦେଇଛି ନ୍ୟାସନାଲ କମିଶନ ଫର ପ୍ରୋଟେକସନ ଅଫ୍ ଚାଇଲ୍ଡ ରାଇଟ୍ସ (ଏନସିପିସିଆର) ।

child porn traffic
ଲକଡାଉନରେ ଭାରତରେ ବୃଦ୍ଧି ପାଉଛି ଚାଇଲ୍ଡ ପର୍ଣ୍ଣୋଗ୍ରାଫି

ହାଇଦ୍ରାବାଦ: ଦେଶବ୍ୟାପୀ ଲକଡାଉନ୍ ସମୟରେ ବୃଦ୍ଧି ପାଉଛି ଚାଇଲ୍ଡ ପର୍ଣ୍ଣ । ପ୍ରାୟ 95 ପ୍ରତିଶତ ଚାଇଲ୍ଡ ପର୍ଣ୍ଣ ବୃଦ୍ଧି ପାଇଥିବା ସୂଚନା ଦେଇଛି ନ୍ୟାସନାଲ କମିଶନ ଫର ପ୍ରୋଟେକସନ ଅଫ୍ ଚାଇଲ୍ଡ ରାଇଟ୍ସ (ଏନସିପିସିଆର) । ଏହାକୁ ନେଇ ଶିଶୁ ଅସୁରକ୍ଷିତ ଥିବା ହ୍ବାଟ୍ସଆପ୍ ଓ ଗୁଗୁଲକୁ ନୋଟିସ ଜାରି କରିଛି ଏନସିପିସିଆର ।

ଏନସିପିସିଆର ଏକ ବିବୃତ୍ତିରେ କୁହାଯାଇଛି ଯେ, ଅନଲାଇନ୍ ଶିଶୁ ଯୌନ ଶୋଷଣ ସାମଗ୍ରୀ (CSAM)ର ଉପଲବ୍ଧତା ଉପରେ ଏକ ନିରପେକ୍ଷ ତଦନ୍ତ କରିବାବେଳେ ଗୁଗୁଲ୍ ପ୍ଲେ ଷ୍ଟୋରରୁ ପର୍ଣ୍ଣୋଗ୍ରାଫିକ୍‌ ମାଟେରିଆଲ୍ ସର୍ଚ୍ଚ କରାଯାଇଥିବା ଦେଖିବାକୁ ମିଳିଥିଲା । NCPCR ଭାରତରେ CSAM ଉପରେ ICPF ର ଗବେଷଣା ଅଧ୍ୟୟନକୁ ଗ୍ରହଣ କରିଥିଲା । ଯେଉଁଥିରେ ଏହା ଦର୍ଶାଯାଇଥିଲା ଯେ, ମାର୍ଚ୍ଚ 24 ରୁ ମାର୍ଚ୍ଚ 26 ମଧ୍ୟରେ ଭାରତରୁ ଅନଲାଇନ୍ ଚାଇଲ୍ଡ ପର୍ଣ୍ଣୋଗ୍ରାଫି 95% ବୃଦ୍ଧି ପାଇଛି ।

ଏହି ଅଧ୍ୟୟନରେ ଆହୁରି ମଧ୍ୟ କୁହାଯାଇଛି ଯେ, ଲକ୍ଷ ଲକ୍ଷ ପେଡୋଫାଇଲ ଅନଲାଇନରେ ସ୍ଥାନାନ୍ତରିତ ହୋଇଛି । ଫଳରେ ଇଣ୍ଟରନେଟ ପିଲାମାନଙ୍କ ପାଇଁ ଅତ୍ୟନ୍ତ ଅସୁରକ୍ଷିତ ଅଟେ । ହ୍ବାଟ୍ସଆପକୁ ଦିଆଯାଇଥିବା ବିଜ୍ଞପ୍ତିରେ ଆୟୋଗ କହିଛି, ଅନଲାଇନ୍ CSAM ର ଉପଲବ୍ଧତା ଉପରେ ନିରପେକ୍ଷ ତଦନ୍ତ କରୁଥିବାବେଳେ ଏହା ଲକ୍ଷ୍ୟ କରାଯାଇଛି ଯେ ହ୍ବାଟ୍ସଆପ୍ ଗ୍ରୁପରେ ବହୁଳ ଭାବରେ ଚାଇଲ୍ଡ ପର୍ଣ୍ଣ ବୃଦ୍ଧି ପାଉଛି ।

ଟ୍ବିଟରକୁ ଦିଆଯାଇଥିବା ବିଜ୍ଞପ୍ତିରେ ଆୟୋଗ କହିଛି, ହ୍ବାଟ୍ସଆପ୍ ଗୋଷ୍ଠୀର ଲିଙ୍କଗୁଡିକ ଟ୍ବିଟର ହ୍ୟାଣ୍ଡେଲ ଦ୍ବାରା ପ୍ରଚାର କରାଯାଉଥିବା ଦେଖିବାକୁ ମିଳିଥିଲା ​। ମାନକସର୍ତ୍ତାବଳୀ ଅନୁଯାୟୀ 13 ବର୍ଷରୁ ଉର୍ଦ୍ଧ୍ବ ଟ୍ବିଟରରେ ଏକ ଆକାଉଣ୍ଟ ଖୋଲିବାକୁ ଯୋଗ୍ୟ ଅଟନ୍ତି। ଟ୍ବିଟରରେ ପର୍ଣ୍ଣୋଗ୍ରାଫିକ୍‌ ସାମଗ୍ରୀ, ଲିଙ୍କ୍ ଇତ୍ୟାଦି ସେୟାର କରିବାକୁ ଟ୍ବିଟର ଅନୁମତି ଦେଇନାହିଁ ।

ABOUT THE AUTHOR

...view details