ଓଡିଶା

odisha

By

Published : Sep 25, 2019, 6:48 AM IST

Updated : Sep 25, 2019, 10:46 AM IST

ETV Bharat / bharat

ଅଟୋକୁ ପିଟିଲା ତେଲ ଟ୍ୟାଙ୍କର, 10 ମୃତ

ହରିୟାଣା ହିସାରରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଟୋକୁ ପିଟିଲା ତେଲ ବୋଝେଇ ଟ୍ୟାଙ୍କର । ଘଟଣାସ୍ଥଳରେ ଅଟୋ ଡ୍ରାଇଭର ସମେତ 10 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଚଣ୍ଡିଗଡ: ହରିୟାଣା ହିସାର ଜିଲ୍ଲାରେ ବଡଧରଣର ଦୁର୍ଘଟଣା । ମଙ୍ଗଳବାର ବିଳମ୍ବିତ ରାତିରେ ଅଟୋକୁ ପିଟିଲା ତେଲ ବୋଝେଇ ଟ୍ୟାଙ୍କର । ଘଟଣାସ୍ଥଳରେ ଅଟୋ ଡ୍ରାଇଭର ସମେତ 10 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।

ସୂଚନାନୁଯାୟୀ, ଜିଲ୍ଲାର ବିଭିନ୍ନ ଗାଁର ଯୁବକ ସେହି ଅଟୋରେ ଯାଉଥିଲେ । ସେନାରେ ଭର୍ତ୍ତି ହେବା ପାଇଁ ମେଡିକାଲ ଚେକଅପ କରିବାକୁ ଜିନ୍ଦ ଯାଇଥିଲେ । ଚେକଅପ ସାରି ଫେରିବା ବେଳକୁ ଏକ ତେଲ ଟ୍ୟାଙ୍କର ଅଟୋକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଅଟୋ ଡ୍ରାଇଭର ସମେତ 10 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

Last Updated : Sep 25, 2019, 10:46 AM IST

ABOUT THE AUTHOR

...view details