ଓଡିଶା

odisha

ସହିପାରିଲେନି ପାଠ ବୋଝ, ରଶିରେ ଝୁଲି ପଡିଲା 9 ବର୍ଷୀୟ ନାବାଳିକା

9 ବର୍ଷୀୟ ନାବାଳିକାର ଆତ୍ମହତ୍ୟା । ପାଠ ବୋଝ ସହି ନପାରି ସେ ଏପରି ପଦକ୍ଷେପ ନେଇଥିବା ସନ୍ଦେହ କରୁଛି ପୋଲିସ। ଅଧିକ ପଢନ୍ତୁ...

By

Published : Feb 25, 2020, 9:46 PM IST

Published : Feb 25, 2020, 9:46 PM IST

minor girl hanged herself in delhi
ଡିଜାଇନ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀ ତ୍ରୀନଗର ଅଞ୍ଚଳରେ ଅଭାବନୀୟ ଘଟଣା । 9 ବର୍ଷୀୟ ନାବାଳିକା ବେକରେ ଫାଶି ଲଗାଇ କରିଛି ଆତ୍ମହତ୍ୟା । ଆଗକୁ ପରୀକ୍ଷା ଥିବାରୁ ଗତରାତିରେ ପାଠ ପଢାକୁ ନେଇ ଚିନ୍ତାରେ ଥିଲେ ନାବାଳିକା । ଫଳରେ ମା ପାଠ ପଢିବାକୁ କହି ଶୋଇବା ପାଇଁ ଚାଲିଗଲେ । ହେଲେ ଆଜି ସକାଳୁ ଝିଅଟି ଆଉ କବାଟ ଖୋଲିନଥିଲା ।

9 ବର୍ଷର ନାବାଳିକାର ଆତ୍ମହତ୍ୟା

ଅନେକ ସମୟ ପର୍ଯ୍ୟନ୍ତ କବାଟ ବାଡେଇବା ପରେ କବାଟ ଭିତରୁ ବନ୍ଦ ଥିବା ଦେଖିଥିଲେ ମୃତକଙ୍କ ମାଆ। ପଡୋଶୀଙ୍କ ସହାୟତାରେ କବାଟ ଖୋଲି 9 ବର୍ଷର ଝିଅକୁ ଫାଶୀ ଲଗାଇ ଝୁଲିରହିଥିବା ଦେଖିଥିଲେ । ସଙ୍ଗେସଙ୍ଗେ ପରିବାର ଝିଅକୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏବେ ସୁଦ୍ଧା ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପାଠ ବୋଝ କାରଣ ହୋଇଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାମଲାର ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details