ଓଡିଶା

odisha

ETV Bharat / bharat

ଗୁରୁଗାଓଁରେ 10 କରୋନା ପଜିଟିଭ ରୋଗୀଙ୍କ ମଧ୍ୟରୁ 9 ଡିସଚାର୍ଜ

ବୁଧବାର ଗୁରୁଗାଓଁରୁ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି । କୋରୋନା ପଜିଟିଭ୍ ହୋଇଥିବା ମୋଟ 10 ଜଣ ରୋଗୀଙ୍କ ମଧ୍ୟରୁ 9 ଜଣ ସୁସ୍ଥ ହୋଇ ବିଭିନ୍ନ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ଅଧିକ ପଢନ୍ତୁ...

By

Published : Apr 1, 2020, 11:35 PM IST

corona positive
corona positive

ଗୁରୁଗାଓଁ : ଦେଶବ୍ୟାପୀ ଲକଡାଉନରକୁ ଇତି ମଧ୍ୟରେ 8ଦିନ ବିତି ଯାଇଛି । ଏହା ଭିତରେ ବୁଧବାର ଗୁରୁଗାଓଁରୁ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି । କୋରୋନା ପଜିଟିଭ୍ ହୋଇଥିବା ମୋଟ 10 ଜଣ ରୋଗୀଙ୍କ ମଧ୍ୟରୁ 9 ଜଣ ସୁସ୍ଥ ହୋଇ ବିଭିନ୍ନ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି।

ହରିୟାଣାରୁ ମୋଟ 29 ଟି ପଜେଟିଭ ରିପୋର୍ଟ ମଧ୍ୟରୁ 13 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛି । ଗୁରୁଗାଓଁଙ୍କ ବ୍ୟତୀତ ଫରିଦାବାଦରୁ 6ଜଣ ଟି, ପାନିପଥରୁ 4 ଜଣ, ପାଲୱାଲ, ହିସାର, ସୋନେପାଟ ଏବଂ ଅମ୍ବାଲା ଜିଲ୍ଲାରୁ, ପଞ୍ଚକୁଲାରେ ଦୁଇଜଣ ଓ ସିରସା ଜିଲ୍ଲାରେ 1ଟି କୋରୋନା ପଜେଟିଭ ରିପୋର୍ଟ ସାମ୍ନାକୁ ଆସିଛି ।

ପାନିପଥର ଦୁଇଜଣ ରୋଗୀ, ଫରିଦାବାଦ ଏବଂ ପାଲୱାଲର ପ୍ରତ୍ୟେକଙ୍କୁ ମଧ୍ୟ ଡିସଚାର୍ଜ କରାଯାଇଥିଲା। ସିଭିଲ୍ ସର୍ଜନ ଜେ.ଏସ ପୁନିଆ କହିଛନ୍ତି ଯେ ଗତ 8ଦିନ ମଧ୍ୟରେ ଜିଲ୍ଲା କୌଣସି କୋରୋନା ପଜେଟିଭ ରିପୋର୍ଟ ଚିହ୍ନଟ ହୋଇନାହିଁ ।

ABOUT THE AUTHOR

...view details