ଓଡିଶା

odisha

ETV Bharat / bharat

ଏକା ସାଙ୍ଗେ ଗର୍ଭବତୀ ଗୋଟିଏ ହସ୍ପିଟାଲର 9 ନର୍ସ ! - pregnant

ଗର୍ଭବତୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଉଥିବା 9 ନର୍ସ ହେଲେ ଏକାସଙ୍ଗେ ଗର୍ଭବତୀ। ମଜ୍ଜାଦାର ବିଷୟ ହେଉଛି ସମସ୍ତ ନର୍ସଙ୍କ ପ୍ରସବକାଳ ଏପ୍ରିଲ ଓ ଜୁଲାଇରେ ହେବାର ସମ୍ଭାବନା ଥିବା ସୂଚନା ମିଳିଛି ।

ଫାଇଲ ଫଟୋ

By

Published : Mar 29, 2019, 2:21 PM IST

ୱାସିଂଟନ: ଗର୍ଭବତୀଙ୍କୁ ସେବା ଯୋଗାଉ ଯୋଗାଉ ଗର୍ଭବତୀ ହେଲେ 9 ଜଣ ନର୍ସ। ତେବେ କଥା ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଘଟଣା ଦେଖିବାକୁ ମିଳିଛି ଆମେରିକାର ଏକ ହସ୍ପିଟାଲରେ। ସେଠାକାର ପ୍ରସୂତୀ ବିଭାଗରେ କାର୍ଯ୍ୟରତ 9 ଜଣ ନର୍ସ ଏକା ସଙ୍ଗେ ଗର୍ଭବତୀ ହୋଇଛନ୍ତି। ଆଉ ଗର୍ଭବତୀ ହୋଇଥିବା ସମସ୍ତ ନର୍ସଙ୍କ ପ୍ରସବକାଳ ଏପ୍ରିଲ ଓ ଜୁଲାଇରେ ହେବାର ସମ୍ଭାବନା ଥିବା ସୂଚନା ମିଳିଛି।

ଖବର ଆସିବା ପରେ ହସ୍ପିଟାଲ କତ୍ତୃପକ୍ଷ ଏହି ଶୁଭ ଖବରକୁ ଫେସବୁକରେ ସେୟାର କରିଛନ୍ତି।ଏହାସହ ସେଥିରେ ସେମାନଙ୍କ ଡେଲିଭରିର ଡେଟ ମଧ୍ୟ କ୍ୟାପସନ ସହ ଉଲ୍ଲେଖ କରାଯାଇଛି । ନଅ ଜଣ ନର୍ସ ଗର୍ଭବତୀ ଥିବା ବେଳେ 8 ଜଣଙ୍କ ଫଟୋ ଫେସବୁକରେ ଦେଖିବାକୁ ମିଳିଛି।

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଏହି ସମସ୍ତ ନର୍ସ ଡେଲିଭରି ୱାର୍ଡରେ କାର୍ଯ୍ୟରତ ଅଛନ୍ତି । ସେମାନେ ଏଭଳି ସ୍ଥିତିରେ ମଧ୍ୟ ଅନ୍ୟ ଗର୍ଭବତୀ ମାନଙ୍କୁ ସପୋର୍ଟ କରିବାକୁ ସେଠାରେ ଉପସ୍ଥିତ ଅଛନ୍ତି। ହସ୍ପିଟାଲ ଦ୍ବାରା ସେୟାର ହୋଇଥିବା ଫଟୋରେ ସମସ୍ତ ନର୍ସ ଏକ କଲର ଫୁଲ କାର୍ଡ ଧରିଛନ୍ତି । ଯେଉଁଥିରେ ସେମାନଙ୍କ ଡେଲିଭରି ଡେଟ ଲେଖାଯାଇଛି ।

ବର୍ତ୍ତମାନ ଏହି ଫଟୋ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ହଜାର ହଜାର ଲୋକ ଏହି ଖବର ଜାଣିବାପରେ ଫେସବୁକ କମେଣ୍ଟ ବକ୍ସରେ ଅଭିନନ୍ଦନ ଜଣାଉଥିବା ବେଳେ ଅନ୍ୟମାନେ ଏହାକୁ ପ୍ଲାନ ବୋଲି କହିଛନ୍ତି।

ତେବେ ମିଳିଥିବା ଖବର ଅନୁସାରେ ଏ ସମସ୍ତ ନର୍ସଙ୍କ ମଧ୍ୟରୁ କେତେ ଜଣକ ପ୍ରଥମ ପିଲା ହେବାକୁ ଥିବା ବେଳେ ଆଉକେତେ ଜଣଙ୍କ ଦ୍ବିତୀୟ ଓ ତୃତୀୟ ସନ୍ତାନ ହେବାରୁ ଥିବା ଜଣାପଡିଛି। ସବୁ ପରେ ବି ଏହି ଘଟଣାକୁ ନେଇ ହସ୍ପିଟାଲରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।

For All Latest Updates

ABOUT THE AUTHOR

...view details