ଓଡିଶା

odisha

By

Published : Feb 12, 2020, 3:18 PM IST

ETV Bharat / bharat

ଫ୍ୟାକ୍ଟ୍ରି ଛାତ ଭୁଷୁଡି 9 ଗୁରୁତର

ମେରଠର ଏକ ଫ୍ୟାକ୍ଟ୍ରିର ଛାତ ଭୁଷୁଡିବା ଦ୍ବାରା ହୋଇଥିବା ଏହି ଦୁର୍ଘଟଣା ଘଟିଛି । ହଠାତ୍ ଲେଣ୍ଟର ଭୁଷୁଡି ପଡିବାରୁ ପାଖାପାଖି 9ଜଣ ଲୋକ ଚାପିହୋଇ ଥିବା ଜଣାପଡିଛି ।

meeruth
ଛାତ ଭୁଷୁଡି 9 ଗୁରୁତର

ମେରଠ: ଫାକ୍ଟ୍ରିର ଛାତପଡି ବଡ ଦୁର୍ଘଟଣା । ଏଥିରେ ପାଖାପାଖି 6 ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଫାକ୍ଟ୍ରିର ଲିଣ୍ଟର ଉପରକୁ ଉଠାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଛି । ମେରଟର ଲାଡି ଗେଟ ପୋଲିସ ଷ୍ଟେସନ ନିକଟସ୍ଥ ଜାମିଆ ଚୌକ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ଛାତ ଭୁଷୁଡି 9 ଗୁରୁତର

ମେରଠର ଏକ ଫ୍ୟାକ୍ଟ୍ରିରେ ଏକ ଛାତ(ଲେଣ୍ଟର) ଉଠାଉଥିବା ସମୟରେ ଲେଣ୍ଟରଟି ଭୁଷୁଡିବା ଦ୍ବାରା ହୋଇଥିବା ଏହି ଦୁର୍ଘଟଣା ଘଟିଛି । ହଠାତ୍ ଲେଣ୍ଟର ଭୁଷୁଡି ପଡିବାରୁ ପାଖାପାଖି 9ଜଣ ଲୋକ ଚାପିହୋଇ ଥିବା ଜଣାପଡିଛି । ଫ୍ୟାକ୍ଟ୍ରିର ଉଚ୍ଚତା ବଢାଇବାକୁ ଜ୍ୟାକ ସହାୟତାରେ ଲିଣ୍ଟରକୁ କିଛି ଶ୍ରମିକ ଉଠାଉ ଥିବାବେଳେ ଏହି ଅଘଟଣ ଘଟିଥିଲା ।

ଏହି ଘଟଣା ପରେ ଲୋକଙ୍କ ଚିତ୍କାର ଶୁଣି ଆଖପାଖରୁ ଲୋକେ ଜମା ହୋଇଯାଇଥିଲେ । ଏନେଇ ପୋଲିସକୁ ଖବର ଦେବା ସହ ବର୍ତମାନ ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଚାପି ପହିଥିବା 9ଜଣଙ୍କୁ ଉଦ୍ଧାର କରାଯାଇଛି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ କେଉଁ କାରଣ ପାଇଁ ଏହି ଦୁର୍ଘଟଣା ଘଟିଲା,ସେନେଇ ତଦନ୍ତ ଚାଲିଥିବା ନେଇ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details