ଭୋପାଳ: ନୂଆବର୍ଷ ସେଲିବ୍ରେସନ ପୂର୍ବରୁ ମଧ୍ୟପ୍ରଦେଶରେ ଭୀଷଣ ଦୁର୍ଘଟଣା ଘଟିଛି। ପୃଥକ ପୃଥକ ଦୁଇଟି ଦୁର୍ଘଟଣାରେ 9 ଜଣଙ୍କ ମୃତ୍ୟୁ ହୋଇଛି। ଇନ୍ଦୋର ସହର ନିକଟବର୍ତ୍ତୀ ମଉ ପାଖରେ ପାତାଳପାଣି ଠାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ରୋପ-ୱେ ଆକାମୀ ହେବା ଫଳରେ ଗୋଟିଏ ପରିବାର 6 ଜଣଙ୍କ ପ୍ରାଣହାନୀ ଘଟିଛି । ସେହିପରି ଖରଗେନ ସେଗାଓଁ ଠାରେ ବାଇକ ଓ ବସ୍ ମଧ୍ୟରେ ଧକ୍କା ଫଳରେ ତିନି ଜଣଙ୍କ ମୃତ୍ୟୁ ହୋଇଛି
ଜିରୋ ନାଇଟ ସେଲିବ୍ରେସନ, ପୃଥକ ଦୁର୍ଘଟଣାରେ 9 ମୃତ - ଜିରୋ ନାଇଟ ସେଲିବ୍ରେସନ
ନୂଆବର୍ଷ ସେଲିବ୍ରେସନ ପୂର୍ବରୁ ମଧ୍ୟପ୍ରଦେଶରେ ଭୀଷଣ ଦୁର୍ଘଟଣା ଘଟିଛି। ପୃଥକ ପୃଥକ ଦୁଇଟି ଦୁର୍ଘଟଣାରେ 9 ଜଣଙ୍କ ମୃତ୍ୟୁ ହୋଇଛି। ଅଧିକ ପଢନ୍ତୁ...
ପାତାଳପାଣିକୁ ପୁନିତ ଅଗ୍ରୱାଲ ନାମକ ଜଣେ ଠିକାଦାର ନିଜ ପରିବାର ସହ ନୂଆବର୍ଷ ପାଳନ ପାଇଁ ଯାଇଥିଲେ । ସେଠାରେ ରୋପ-ୱେରେ ଯାନ୍ତ୍ରିକ ତ୍ରୁଟି କାରଣରୁ ରୋଡ ଉପରେ ଖସି ପଡିଥିଲା । ଫଳରେ ଏଥିରେ ବସିଥିବା 7 ଜଣଙ୍କ ମଧ୍ୟରୁ 6 ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଇନ୍ଦୋର ଚୈଇଥରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଅନ୍ୟପଟେ ଖରଗେନ ସେଗାଓଁ ଠାରେ ମାନସୀ ବସ ତଲକ ପୁରା ନିକଟରେ ଏକ ବାଇକକୁ ଶକ୍ତ ଧକ୍କା ଦେଇଥିଲା । ଫଳରେ ବାଇକ୍ ଆରୋହୀ ସବାର ଗ୍ରାମର ବିରଲା ନିବାସୀର ଦୁଇ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରୁ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।