ହାଇଦ୍ରାବାଦ: ନବରାତ୍ରୀର ନଅ ଦିନ ମଧ୍ୟରେ ଅଷ୍ଟମ ଦିନରେ ଆଜି ଦେବୀ ଦୁର୍ଗାଙ୍କୁ ମହାଗୌରୀ ରୂପରେ ପୂଜାର୍ଚ୍ଚନା କରାଯାଉଛି । ଦେବୀ ଦୁର୍ଗାଙ୍କ ନଅ ରୂପ ମଧ୍ୟରୁ ମହାଗୌରୀ ଅଷ୍ଟମ ଶକ୍ତି । ମହାଗୌରୀଙ୍କୁ ଆଦି ଶକ୍ତି ମଧ୍ୟ କୁହାଯାଏ । ପୁରାଣାନୁସାରେ ମା'ଙ୍କ ତେଜରେ ସମ୍ପୂର୍ଣ୍ଣ ବିଶ୍ବ ପ୍ରକାଶମୟ ହୋଇଥାଏ ବୋଲି ବିଶ୍ବାସ ରହିଛି ।
ଶ୍ବେତାମ୍ବରଧରା ମା' ମହାଗୌରୀଙ୍କର 4ଟି ହସ୍ତ । ମା'ଙ୍କର ବାହନ ବୃଷଭ । ମା' ଦୁଇଟି ହାତରେ କ୍ରମଶଃ ତ୍ରୀଶୁଳ ଓ ଡମ୍ବରୁ ଧାରଣ କରିଥିବା ବେଳେ ଅନ୍ୟ ଦୁଇଟି ହାତ ଅଭୟ ଓ ବର ମୂଦ୍ରାରେ ରହିଥାଏ । ଆଠ ବର୍ଷ ବୟସରେ ମା' ଶିବଙ୍କୁ ପତି ରୂପେ ପାଇବା ପାଇଁ ତପସ୍ୟା କରିଥିଲେ । ମାତ୍ର 8 ବର୍ଷ ବୟସରେ ଘୋର ତପସ୍ୟା କରିଥିବା କାରଣରୁ ମା'ଙ୍କ ପୂଜା ନବରାତ୍ରୀର ଅଷ୍ଟମ ଦିନରେ କରାଯାଇଥାଏ ।