ଓଡିଶା

odisha

ବାୟୁସେନାର 87ତମ ପ୍ରତିଷ୍ଠା ଦିବସ, ମିଳିବ ରାଫେଲ

By

Published : Oct 8, 2019, 8:06 AM IST

Updated : Oct 8, 2019, 8:39 AM IST

ଆଜି ଭାରତୀୟ ବାୟୁସେନା ଦିବସ । ବାୟୁସେନା ପାଳନ କରୁଛି 87 ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଭାରତକୁ ଆଜି ଫ୍ରାନ୍ସରୁ ପ୍ରଥମ ରାଫେଲ ବିମାନ ମିଳିବାକୁ ଯାଉଛି ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଆଜି(ମଙ୍ଗଳବାର) ଭାରତୀୟ ବାୟୁସେନା ଦିବସ । ବାୟୁସେନା ପାଳନ କରୁଛି 87 ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଭାରତକୁ ଆଜି ଫ୍ରାନ୍ସରୁ ପ୍ରଥମ ରାଫେଲ ବିମାନ ମିଳିବାକୁ ଯାଉଛି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାୟୁସେନା ଦିବସ ପାଇଁ ବାୟୁସେନା ଯବାନ ଓ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାୟୁସେନା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟରNaveen Patnaik @Naveen_Odisha

1932 ମସିହା ଅକ୍ଟୋବର 8ରେ ବାୟୁସେନା ପ୍ରତିଷ୍ଠା ହୋଇଥିଲା । ଆମେରିକା, ଚୀନ ଓ ଋଷ ପରେ ଭାରତୀୟ ବାୟୁସେନା ହେଉଛି ବିଶ୍ବର ଚତୁର୍ଥତମ ବଡ ବାୟୁସେନା । ତେବେ ଭାରତରେ ବାୟୁସେନାର 60ଟି ବାୟୁସେନା ଘାଟି ରହିଛି । ଏହାର ହିନଡନ ବାୟୁସେନା ଷ୍ଟେସନ ଏସିଆରେ ସବୁଠୁ ବଡ ଓ ପୃଥିବୀର 8ତମ ବାୟୁସେନା ଷ୍ଟେସନ ଭାବେ ଖ୍ୟାତି ଅର୍ଜନ କରିଛି । ବାଲାକୋଟ ଏୟାର ଷ୍ଟ୍ରାଇକ ବାୟୁସେନାର ସଦ୍ୟତମ ବଡ ସଫଳତା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@narendramodi

ଅନ୍ୟପଟେ ଏହି ଅବସରରେ ରାଫେଲ ଆଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଫ୍ରାନ୍ସ ଗସ୍ତରେ ଯାଇଛନ୍ତି । ଏହା ସହ ସେଠାରେ ସେ ରାଫେଲରେ ବସି ଅଧଘଣ୍ଟା କାଳ ଉଡାଣ ଭରିବାର କାର୍ଯ୍ୟକ୍ରମ ରହିଛି ।

Last Updated : Oct 8, 2019, 8:39 AM IST

ABOUT THE AUTHOR

...view details