ଓଡିଶା

odisha

ETV Bharat / bharat

ଅଙ୍ଗଦାନ କଲେ 86 ବର୍ଷିୟ ବୃଦ୍ଧା, ବଞ୍ଚିଲା 2 ଜୀବନ - liver and kidney

ସାକେତର ମ୍ୟାକ୍ସ ହସ୍ପିଟାଲରେ 86 ବର୍ଷ ବୟସ୍କା ବୃଦ୍ଧାଙ୍କ ଅଙ୍ଗଦାନ କାରଣରୁ ଦୁଇ ଜଣଙ୍କ ଜୀବନ ବଞ୍ଚିପାରିଛି ।

ଅଙ୍ଗଦାନ କଲେ 86 ବର୍ଷିୟ ବୃଦ୍ଧା
ଅଙ୍ଗଦାନ କଲେ 86 ବର୍ଷିୟ ବୃଦ୍ଧା

By

Published : Sep 20, 2020, 4:44 PM IST

ନୂଆଦିଲ୍ଲୀ: ସାକେତର ମ୍ୟାକ୍ସ ହସ୍ପିଟାଲରେ 86 ବର୍ଷ ବୟସ୍କା ବୃଦ୍ଧାଙ୍କ ଅଙ୍ଗଦାନ କାରଣରୁ ଦୁଇ ଜଣଙ୍କ ଜୀବନ ବଞ୍ଚିପାରିଛି । 42 ବର୍ଷୀୟ ଭିନିତ ବଜାଜଙ୍କୁ କିଡନୀର ଅତ୍ୟଧିକ ଆବଶ୍ୟକତା ଥିଲା । ମ୍ୟାକ୍ସ ହସ୍ପିଟାଲ୍ ଏହି ବିଷୟରେ ସୂଚନା ପାଇଲା ପରେ ହସ୍ପିଟାଲରୁ ଭିନିତଙ୍କୁ ଫୋନ୍ ଆସିଲା । ଭିନିତଙ୍କୁ କୁହାଯାଇଥିଲା ଯେ ହସ୍ପିଟାଲରେ ଏକ ମସ୍ତିଷ୍କ ମୃତ ମାମଲା ଅଛି ଯିଏକି ତାଙ୍କର ଯକୃତ ଏବଂ କିଡନୀ ଦାନ କରିବାକୁ କହିଛନ୍ତି। ତାଙ୍କ ମୃତ୍ୟୁ ପରେ କିଡନୀ ଏବଂ ଯକୃତ ଅନ୍ୟ କାହାକୁ ଟ୍ରାନ୍ସପ୍ଲାଣ୍ଟ କରାଯାଇପାରିବ ।

ଆପଣ ଅଙ୍ଗଦାତାଙ୍କ ବୟସ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । 86 ବୟସ୍କା ଜଣେ ବୃଦ୍ଧା । ଏବୟସରେ ମୁଖ୍ୟତଃ ଶରୀରର ଅଙ୍ଗ ଗୁଡିକ ଭଲ ନଥାଏ । କିନ୍ତୁ ଡାକ୍ତର ଆଶ୍ବସନା ଦେଇଥିଲେ ଯେ ଅଙ୍ଗକୁ ଭଲ ଭାବେ ଯାଞ୍ଚ କରାଯାଇଛି ଓ ଏହା ଟ୍ରାନ୍ସପ୍ଲାଣ୍ଟ ପାଇଁ ଉପଯୋଗୀ ।

ମ୍ୟାକ୍ସ ହସ୍ପିଟାଲର ନ୍ୟୁରୋଲୋଜି ବିଭାଗର ଅଧ୍ୟକ୍ଷ ଅନନ୍ତ କୁମାର କହିଛନ୍ତି ଯେ ଏହି କ୍ଷେତ୍ରରେ ଦାତା ନିଶ୍ଚିତ ଭାବରେ ବୟସ୍କ ଥିଲେ। କିନ୍ତୁ ତାଙ୍କ କିଡନୀ ଏବଂ ଯକୃତର ଅବସ୍ଥା ବହୁତ ଭଲ ଥିଲା । ତେଣୁ ଆମେ ତାଙ୍କ ପରିବାରରୁ ଟ୍ରାନ୍ସପ୍ଲାଣ୍ଟ ପାଇଁ ଅନୁମତି ମାଗିଲୁ। ଯେଉଁଥିରେ ବୃଦ୍ଧ ମହିଳାଙ୍କ ପରିବାର ତୁରନ୍ତ ରାଜି ହୋଇଥିଲେ। ସମ୍ମତି ପାଇବା ପରେ ତାଙ୍କ କିଡନୀ ରୋଗୀକୁ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା ଓ ଯକୃତକୁ ଅନ୍ୟ ଡାକ୍ତରଖାନାକୁ ପଠାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details