ଓଡିଶା

odisha

ETV Bharat / bharat

ଦେଶରେ 24 ଘଣ୍ଟାରେ 8 ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ, 204 ମୃତ

ଦେଶରେ କୋରୋନାରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ 1 ଲକ୍ଷ 98 ହଜାର 706ଟି ସଂକ୍ରମଣ ମାମଲା ରିପୋର୍ଟ ହୋଇଥିବାବେଳେ, ଏଥିରେ ସମୁଦାୟ 5 ହଜାର 598 ଜଣଙ୍କର ପ୍ରାଣହାନୀ ଘଟିଛି । ଅଧିକ ପଢନ୍ତୁ...

ଦେଶରେ 24 ଘଣ୍ଟାରେ 8 ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ, 204 ମୃତ
ଦେଶରେ 24 ଘଣ୍ଟାରେ 8 ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ, 204 ମୃତ

By

Published : Jun 2, 2020, 9:58 AM IST

ହାଇଦ୍ରାବାଦ: ସାରା ବିଶ୍ବରେ ଜାରି ରହିଛି କୋରୋନା ଆତଙ୍କ । ଏଥିରୁ କେତେକ ଦେଶରେ ହ୍ରାସ ପାଉଥିବାବେଳେ, ବର୍ତ୍ତମାନ ସୁଦ୍ଧା ଅନେକ ଦେଶ କୋରୋନା କବଳରୁ ମୁକୁଳି ପାରିନାହାନ୍ତି । ସେଥିମଧ୍ୟରୁ ଭାରତ ଗୋଟିଏ ଦେଶ ରହିଛି । ପ୍ରତ୍ୟେକ ଦିନ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ପୂର୍ବରୁ ସଂକ୍ରମିତଙ୍କ ଶ୍ରେଣୀରେ 9 ସ୍ଥାନରେ ଥିବାବେଳେ, ଏହା ଏବେ 7 ନମ୍ବରରେ ପହଞ୍ଚିଛି ।

ତେବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ 8 ହଜାର 171ଟି ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ, ଏଥିରେ 204 ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ 1 ଲକ୍ଷ 98 ହଜାର 706ଟି ସଂକ୍ରମଣ ମାମଲା ରିପୋର୍ଟ ହୋଇଥିବାବେଳେ, ଏଥିରେ ସମୁଦାୟ 5 ହଜାର 598 ଜଣଙ୍କର ପ୍ରାଣହାନୀ ଘଟିଛି । ଭାରତୀୟ ଡାକ୍ତରଙ୍କର ଉତ୍ତମ ଚିକିତ୍ସା କାରଣରୁ କୋରୋନାରେ ମୋଟ 95 ହଜାର 526 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ, 97 ହଜାର 581ଟି ମାମଲା ସକ୍ରିୟ ରହିଛି ।

ଏହାର ମୁକାବିଲା ପାଇଁ ସମଗ୍ର ବିଶ୍ବ ଓ ଦେଶର ବୈଜ୍ଞାନିକ, ଡାକ୍ତରୀ ଦଳ ମାନେ ଟିକା ଓ ଔଷଧ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ଫଳାଫଳ ସାମ୍ନାକୁ ଆସିନି ।

ABOUT THE AUTHOR

...view details