ଓଡିଶା

odisha

ETV Bharat / bharat

ଶାହିନବାଗ ଆନ୍ଦୋଳନ: ପ୍ରତିବାଦରେ ସାମିଲ ହେଲେ 800 ଚାଷୀ - protests-at-shaheen-bagh

ଶାହିନବାଗରେ ଗତ 52 ଦିନ ହେବ ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରଦର୍ଶନ କରି ଆସୁଛନ୍ତି । ବର୍ତ୍ତମାନ ଏହି ପ୍ରଦର୍ଶନରେ ଚାଷୀଙ୍କ ସମର୍ଥନ ମଧ୍ୟ ମିଳିସାରିଲାଣି । ଅଧିକ ପଢନ୍ତୁ...

800-farmers-from-punjab
ଫାଇଲ ଫଟୋ

By

Published : Feb 4, 2020, 1:18 PM IST

ନୂଆଦିଲ୍ଲୀ: ଶାହିନବାଗରେ ଗତ 52 ଦିନ ହେବ ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରଦର୍ଶନ କରି ଆସୁଛନ୍ତି । ବର୍ତ୍ତମାନ ଏହି ପ୍ରଦର୍ଶନରେ ଚାଷୀଙ୍କ ସମର୍ଥନ ମଧ୍ୟ ମିଳିସାରିଲାଣି । ପଞ୍ଜାବର ସଙ୍ଗରୁରରୁ ଆଜି(ମଙ୍ଗଳବାର) ଦିନ 12ଟାରେ ପ୍ରାୟ 800 ଚାଷୀ ଶାହିନବାଗରେ ପହଞ୍ଚିଛନ୍ତି । ଚାଷୀ ପ୍ରାୟ 4 ଦିନ ଏହି ଆନ୍ଦୋଳନରେ ସାମିଲ ରହିବେ ।

ପ୍ରକାଶଥାଉକି, ପ୍ରଦର୍ଶନ ସମୟରେ ଜାମିଆନଗର ଅଞ୍ଚଳରେ ଗତ 3-4 ଦିନ ହେବ ଫାୟାରିଂର ଘଟଣା ସାମ୍ନାକୁ ଆସୁଛି । ଅନ୍ୟପକ୍ଷେ ଫେବୃଆରୀ 8ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ । ଏହାକୁ ଦୃଷ୍ଟିରେ ରଖି ଶାହିନବାଗ ଓ ସରିତାବିହାରରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି । ଦିଲ୍ଲୀ ପୋଲିସ ସହ ଏସଏସବି ଓ ଝାରଖଣ୍ଡ ଆର୍ମୀ ଫୋର୍ସ ଉପସ୍ଥିତ ଅଛନ୍ତି ।

ଶାହିନବାଗ ପ୍ରଦର୍ଶନରେ ଅଧିକ ମହିଳା ସାମିଲ ଅଛନ୍ତି ତେଣୁ ମହିଳା ସୁରକ୍ଷା ବଳ ମଧ୍ୟ ଉପସ୍ଥିତ ଅଛନ୍ତି । ଏହାସହ ମେଟାଲ ଡିଟେକ୍ଟର ମଧ୍ୟ ଲଗାଯାଇଛି ।

ABOUT THE AUTHOR

...view details