ଓଡିଶା

odisha

ETV Bharat / bharat

ନଣନ୍ଦ ଉପରକୁ 80ବର୍ଷିୟା ଭାଉଜର ଏସିଡ ମାଡ

ଜଣେ 80 ବର୍ଷିୟା ବୃଦ୍ଧା ନିଜ ନଣନ୍ଦଙ୍କ ଉପରେ ଏସିଡ ଫିଙ୍ଗିଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଅଧିକ ପଢନ୍ତୁ....

80-year-old woman held for throwing acid on sister-in-law
ନଣନ୍ଦଙ୍କ ଉପରେ ଏସିଡ ମାଡ କଲେ ଭାଉଜ

By

Published : Mar 15, 2020, 8:22 AM IST

ଚେନ୍ନାଇ:ତାମିଲନାଡୁର କୋଏମ୍ବାଟୋରରେ ଅଭାବନୀୟ ଘଟଣା । ଜଣେ 80 ବର୍ଷିୟା ବୃଦ୍ଧା ନିଜ ନଣନ୍ଦଙ୍କ ଉପରେ ଏସିଡ ଫିଙ୍ଗିଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘରୋଇ କଳହକୁ ନେଇ ଏପରି ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ, ରାମାଥାଲ ତାଙ୍କ ନଣନ୍ଦ ଶକୁନ୍ତଳାଙ୍କ ମଧ୍ୟରେ ସବୁବେଳେ ଝଗଡା ଲାଗି ରହୁଥିଲା ।

ରାମାଥାଲ ଓ ଶକୁନ୍ତଳାଙ୍କ ମଧ୍ୟରେ କୌଣସି ଏକ କଥାକୁ ନେଇ ଶନିବାର ଦିନ ଝଗଡା ହୋଇଥିଲା । ଏଥିରେ ରାମାଥାଲ ରାଗିଯାଇ ଶକୁନ୍ତଳାଙ୍କ ମୁହଁ ଉପରକୁ ଏସିଡ ଫିଙ୍ଗି ଦେଇଥିଲେ । ଫଳରେ ଶକୁନ୍ତଳା ଗୁରୁତର ହୋଇଥିଲେ। ଏପରିକି ଶକୁନ୍ତଳାଙ୍କ ନିକଟରେ ଠିଆ ହୋଇଥିବ ଜଣେ ଯୁବକ ମଧ୍ୟ ଏଥିରେ ଆହାତ ହୋଇଛନ୍ତି । ଉଭୟଙ୍କୁ ପଡୋଶୀ ଉଦ୍ଧାର କରି ମେଡିକାଲକୁ ନେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details