ଅମୃତସର : ପଞ୍ଜାବରେ ବିଷାକ୍ତ ମଦ ପିଇବା ଘଟଣାରେ ମୃତ୍ୟୁ ସଂଖ୍ୟା 87 କୁ ବୃଦ୍ଧି ପାଇଛି। ପଞ୍ଜାବର ଅମୃତସର, ବଟାଲା ଓ ତରନତାରାରେ ଏହି ମୃତ୍ୟୁ ଘଟିଛି । ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ 25 ଜଣଙ୍କୁ ଗିରଫ କରିଛି । ସେପଟେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରହିଛି । ପଚାରା ଉଚାରା ପରେ ଏହି ମାମଲାରେ ଜଡିତ ଅଧିକ ଲୋକ ଗିରଫ ହେବେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
ସେପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଏହି ମାମଲାରେ ସମ୍ପୃକ୍ତ ଥିବା ନେଇ 7 ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି । ସେମାନଙ୍କ ମଧ୍ୟରେ ଦୁଇଜଣ ଡିଏସପି ଏବଂ ପଞ୍ଜାବ ପୋଲିସର ଚାରିଜଣ ଏସଏଚଓ ଥିବା ଜଣା ପଡିଛି । ଅନ୍ୟପକ୍ଷରେ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ମଧ୍ୟରେ କେବଳ ତରନତାରାର 64 ଜଣ ଥିବା ବେଳେ ଅମୃତସରର 12 ଏବଂ ବଟାଲାର 11 ଜଣ ରହିଛନ୍ତି ।