ଓଡିଶା

odisha

ETV Bharat / bharat

ପୋଲିସର ହାତକାଟିବା ଅଭିଯୋଗରେ 8 ଶିଖ୍ ଯୁବକ ଗିରଫ୍ - punjab police

ନିୟମ ମାନୁନାହାଁନ୍ତି ଜନତା । ସେପଟେ କାର୍ଯ୍ୟରତ ପୋଲିସଙ୍କୁ ବି ଆକ୍ରମଣ କରିବାକୁ ଛାଡୁନାହାନ୍ତି । ପଞ୍ଜାବରେ ଶିଖ ଧର୍ମାବଲମ୍ବୀର କିଛି ବ୍ୟକ୍ତି ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ପୋଲିୁ ଆକ୍ରଣ କରିଛନ୍ତି । ଫଳରେ ଜଣେ ପୋଲିସ କର୍ମଚାରୀଙ୍କର ହାତ କଟି ଯାଇଥିବା ଜଣାପଡିଛି ।

ପୋଲିସର ହାତକାଟିବା ଅଭିଯୋଗରେ 8 ଶିଖ୍ ଯୁବକ ଗିରଫ୍
ପୋଲିସର ହାତକାଟିବା ଅଭିଯୋଗରେ 8 ଶିଖ୍ ଯୁବକ ଗିରଫ୍

By

Published : Apr 12, 2020, 5:19 PM IST

ଚଣ୍ଡିଗଡ: ଶିଖ୍‌ ଯୁବକ ଓ ପଞ୍ଜାବ ପୋଲିସ୍ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଥିବା ବେଳେ ରକ୍ତପାତ ପର୍ଯ୍ୟନ୍ତ କଥା ବଢିଛି। ରବିବାର ଦିନ ପଞ୍ଜାବର ପଟିଆଲା ଜିଲ୍ଲାର ସାନୁର ପରିବା ବଜାରରେ ନିହାଙ୍ଗ (ପାରମ୍ପାରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଶିଖ୍) ପୋଲିସଙ୍କୁ ଆକ୍ରମଣ କରିଥିଲେ। ପରେ ଜଣେ ପୋଲିସର ହାତ କାଟି ଦିଆଯାଇଥିଲା ଏବଂ ତାଙ୍କର ଦୁଇ ସହକର୍ମୀ ଆହତ ହୋଇଥିବା ଜଣାପଡିଛି ।

ଆକ୍ରମଣ ପରେ ସେମାନେ ଫେରାର୍ ହୋଇ ଯାଇଥିଲେ। ପରେ ଆଠ ଜଣ ନିହାଙ୍ଗଙ୍କୁ ଗିରଫ କରାଯାଇଥିଲା। ଗୁରୁଦ୍ୱାରାରେ ପାଲଟା ଗୁଳିଚାଳନା ସମୟରେ ଜଣେ ନିହାଙ୍ଗ ଆହତ ହୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଏହି ଗୋଷ୍ଠୀ ଏକ ଗାଡିରେ ଯାତ୍ରା କରୁଥିବାବେଳେ ପୋଲିସ ସେମାନଙ୍କୁ ମାଣ୍ଡି ବୋର୍ଡ ଅଧିକାରୀଙ୍କ ଦ୍ୱାରା ଏକ ପନିପରିବା ବଜାର ନିକଟରେ ଅଟକାଇଥିଲା । ନିହାଙ୍ଗ ସେମାନଙ୍କୁ କର୍ଫ୍ୟୁ ପାସ୍ ଦେଖାଇବାରେ ବିଫଳ ହେବା ପରେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପ୍ରଥମେ ସେମାନଙ୍କୁ (କର୍ଫ୍ୟୁ) ପାସ୍ ଦେଖାଇବାକୁ କୁହାଯାଇଥିଲା । କିନ୍ତୁ ସେମାନେ ଗେଟ୍ ଉପରେ ଗାଡିଟିକୁ ଧକ୍କା ଦେଇଥିଲେ ଏବଂ ସେଠାରେ ରଖାଯାଇଥିବା ବ୍ୟାରିକେଡ୍ ଭାଙ୍ଗି ଦେଇଥିଲେ ବୋଲି ବରିଷ୍ଠ ପୋଲିସ ଅଧୀକ୍ଷକ ପଟିଆଲା ମନଦୀପ ସିଂ ସିଦ୍ଧୁ କହିଛନ୍ତି ।

ଜଣେ ଏଏସ୍ଆଇର (ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର) ହାତକୁ ଖଣ୍ଡା ଦ୍ୱାରା କାଟି ଦିଆଯାଇଥିଲା । ସଦର ପଟିଆଲାର ଜଣେ ଷ୍ଟେସନ୍ ହାଉସ୍ ଅଧିକାରୀଙ୍କ କାନ୍ଧ ଏବଂ ଅନ୍ୟ ଜଣେ ଅଧିକାରୀଙ୍କ ବାହୁରେ ଆଘାତ ଲାଗିଛି ବୋଲି ସିଦ୍ଧୁ କହିଛନ୍ତି । ଜଣେ ମାଣ୍ଡି ବୋର୍ଡ ଅଧିକାରୀ ମଧ୍ୟ ଆହତ ହୋଇଥିଲେ। ଏଏସଆଇକୁ ରଜନୀନ୍ଦ୍ର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରୁ ତାଙ୍କୁ ଚଣ୍ଡିଗଡ଼ର ପିଜିଆଇଏମାରକୁ ସ୍ଥାନାନ୍ତର କରାଯାଇଛି ।

ABOUT THE AUTHOR

...view details