ଓଡିଶା

odisha

ETV Bharat / bharat

'ହିମାଳୟାନ ଭାଏଗ୍ରା' ସଂଗ୍ରହ କରିବାକୁ ଯାଇ ୮ ମୃତ

ବିରଳ ତଥା ଦୁର୍ଲଭ ଔଷଧୀୟ କାମୋଦ୍ଦୀପକ ଜଡିବୁଟି 'ହିମାଳୟନ ଭାଏଗ୍ରା' ନାମରେ ପରିଚିତ ଛତୁ ‘ୟାର୍ସାଗୁମ୍ବା’ ତୋଳିବାକୁ ଯାଇଥିବା ସମୟରେ ନେପାଳର ଡୋଲପା ଜିଲ୍ଲାରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ଗୁରୁବାର ଦିନ ପୋଲିସ ସୂଚନା ଦେଇଛି ।

By

Published : Jun 7, 2019, 8:14 PM IST

ଡିଜାଇନ ଫଟୋ

କାଠମାଣ୍ଡୁ: ହିମାଳୟରେ ବିରଳ ତଥା ଦୁର୍ଲଭ ଔଷଧୀୟ କାମୋଦ୍ଦୀପକ ଜଡିବୁଟି 'ହିମାଳୟନ ଭାଏଗ୍ରା' ନାମରେ ପରିଚିତ ଛତୁ ‘ୟାର୍ସାଗୁମ୍ବା’ ତୋଳିବାକୁ ଯାଇଥିବା ସମୟରେ ନେପାଳର ଡୋଲପା ଜିଲ୍ଲାରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ଗୁରୁବାର ଦିନ ପୋଲିସ ସୂଚନା ଦେଇଛି ।

କାମୋଦ୍ଦୀପକ। ଗୁଣ ବର୍ଦ୍ଧିତ ପାଇଁ ଏହି ‘ୟାର୍ସାଗୁମ୍ବା’କବକ ବେଶ୍‌ ଫଳପ୍ରଦ । ଏହା ସମୁଦ୍ରପତ୍ତନ ଠାରୁ ପ୍ରାୟ 10ହଜାର ଫୁଟ ଉଚ୍ଚ ହିମାଳୟ ପର୍ବତରେ ଉପଲବ୍ଧ ହୋଇଥାଏ ।

ସଁବାଳୁଆ ବା ଭାଲୁପୋକ ପରି ଦୃଶ୍ୟମାନ ହେଉଥିବା ଏହି ବିଚିତ୍ର କବକ ତୋଳିବା ପାଇଁ ଯାଇ ଗତ ସପ୍ତାହକ ମଧ୍ୟରେ ଅନ୍ୟୂନ ଆଠଜଣଙ୍କ ପ୍ରାଣହାନୀ ଘଟିଛି । ଆଠ ଜଣଙ୍କ ମଧ୍ୟରୁ 5ଜଣ ଉଚ୍ଚତାଜନିତ ଅସୁସ୍ଥତା କାରଣରୁ ପ୍ରାଣ ହରାଇଥିବା ବେଳେ ଦୁଇ ଜଣ ତୋଳାଳି ପଥରର ଶୃଙ୍ଗରୁ ଖସି ପଡି ପ୍ରାଣ ହରାଇଛନ୍ତି । ଏହି ଦୁର୍ମୂଲ୍ୟ ଔଷଧୀୟ ତୋଳିବା ପାଇଁ ଯାଇଥିବା ଜଣେ ମହିଳା ଓ ତାଙ୍କ ଶିଶୁ ଉଚ୍ଚତାଜନିତ ଅସୁସ୍ଥତା ଯୋଗୁଁ ମୃତ୍ୟୁମୁଖରେ ପଡିଛନ୍ତି ।

ପ୍ରତିବର୍ଷ ଖରାଦିନେ ଏହି ଦୁଷ୍ପ୍ରାପ୍ୟ ଓୌଷଧୀୟ ଛତୁର ଅନୁସନ୍ଧାନରେ ଲୋକେ ମାଇଲ୍‌ ମାଇଲ୍‌ ଦୂର ଅତିକ୍ରାନ୍ତ କରି ବିପଦଜ୍ଜନକ ହିମାଳୟ ଶିଖର ଦେଶକୁ ଆସନ୍ତି । ଏହି 'ହିମାଳୟାନ ଭାଏଗ୍ରା' ଏସିଆ ଓ ଯୁକ୍ତରାଷ୍ଟ୍ର ଆମେରିକାରେ କବକର ଗ୍ରାମ୍‌ ପିଛା ୧୦୦ ଡଲାର୍‌ରେ ବିକ୍ରି କରାଯାଏ ।
ସୂଚନା ଅନୁସାରେ ୟାର୍ସାଗୁମ୍ବା ସଂଗ୍ରହକାରୀଙ୍କୁ ସୁବିଧା ଯୋଗାଇ ଦେବାପାଇଁ ସ୍ଥାନୀୟ ସରକାରଙ୍କ ପକ୍ଷରୁ ସ୍ଥାନେ ସ୍ଥାନେ ସ୍ବାସ୍ଥ୍ୟ ଶିବିର ଖୋଲା ଯାଇଛି । ଏଇ ଶିବିର ଗୁଡ଼ିକରେ ଡଜନେରୁ ଅଧିକ ତୋଳାଳି ଚିକିତ୍ସିତ ହୋଉଛନ୍ତି ।

ସୂଚନା ଯୋଗ୍ୟ ଯେ ଏହି ଅନନ୍ୟ ବା ଚମତ୍କାର ସଁବାଳୁଆ ଭଳି ଦେଖାଯାଉଥିବା ଜୈବପଦାର୍ଥଭୋଜୀ ଅପୁଷ୍ପକ ଉଦଭିଦ୍‌ କବକର ମଞ୍ଜି ମାଟି ଭିତରେ ଥିବା ଭୂତ ନିଶାଚର ପ୍ରଜାପତିର ଶୁକ୍ରକୀଟକୁ ସଂକ୍ରମଣ କରି ମମ୍ମିରେ ପରିଣତ କରିଥାଏ । ଏହା ପରେ ହିଁ ଏହି ‘ୟାର୍ସାଗୁମ୍ବା’ ସଁବାଳୁଆ ଛତୁର ସୃଷ୍ଟି ହୋଇଥାଏ।

ଗ୍ରୀଷ୍ମଋତୁରେ ରେ କାଠମାଣ୍ଡୁ ଠାରୁ ଉତ୍ତର-ପଶ୍ଚିମରେ ଅବସ୍ଥିତ ଡୋଲପା ଜିଲ୍ଲାରେ 'ୟାର୍ସାଗୁମ୍ବା' ତୋଳିବା ପାଇଁ ତୃଣାଚ୍ଛାଦିତ 70ରୁ ଉର୍ଦ୍ଧ୍ବ ଭୂମିପାର୍ବତ୍ୟ ଦେଶ ଖୋଲାଯାଇଥାଏ ।

ABOUT THE AUTHOR

...view details