ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଞ୍ଛ ସେକ୍ଟର ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟରେ ଆଇଡି ବିସ୍ଫୋରଣ ଘଟି 8 ଜଣ ଯବାନ ଆହତ ହୋଇଛନ୍ତି । ପୁଞ୍ଛ ସେକ୍ଟରର ମେଣ୍ଢରରେ ଏହି ବିସ୍ଫୋରଣ ଘଟିଥିଲା । ତେବେ ସେନାର ଯବାନମାନେ ବିସ୍ଫୋଟକ ଖଞ୍ଜିବାର ପ୍ରଶିକ୍ଷଣ ନେଉଥିବାବେଳେ ଏହି ବିସ୍ପୋରଣ ଘଟିଥିବା ରକ୍ଷା ମନ୍ତ୍ରଣାଳୟର ପ୍ରବକ୍ତା ସୂଚନା ଦେଇଛନ୍ତି ।
ଜମ୍ମୁ-କାଶ୍ମୀର: ନିୟନ୍ତ୍ରଣ ରେଖା ନିକଟରେ ଆଇଡି ବିସ୍ଫୋରଣ, 8 ଯବାନ ଆହତ - injured
ଜମ୍ମୁ-କାଶ୍ମୀରର ପୁଞ୍ଛ ସେକ୍ଟର ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟରେ ଆଇଡି ବିସ୍ଫୋରଣ ଘଟି 8 ଜଣ ଯବାନ ଆହତ ହୋଇଛନ୍ତି ।
ଫାଇଲ ଫଟୋ
ତେବେ ବିସ୍ଫୋରଣ ପରେ ଏଥିରେ ଜଣେ ଯବାନ ସହିଦ ହୋଇଥିବା ଖବର ଆସିଥିଲା । କିନ୍ତୁ ଖବରଟି ମିଥ୍ୟା ବୋଲି ରକ୍ଷା ମନ୍ତ୍ରଣାଳୟ ତରଫରୁ ସ୍ପଷ୍ଟ କରାଯାଇଛି । ସେପଟେ ଆହତ ଯବାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।