ଓଡିଶା

odisha

ETV Bharat / bharat

ଶକ୍ତିଶାଳୀ ଭୂକମ୍ପରେ ଥରିଲା ପେରୁ

ଶକ୍ତିଶାଳୀ ଭୂକମ୍ପରେ ଥରିଲା ପେରୁ । ରିକ୍ଟର ସ୍କେଲରେ ତୀବ୍ରତା 8.0 ଥିବା ରେକର୍ଡ କରାଯାଇଛି। ଭୂକମ୍ପରେ ଜଣେ ଲୋକ ପ୍ରାଣ ହରାଇଥିବା ବେଳେ 26 ଜଣ ଆହତ ହୋଇଛନ୍ତି ।

By

Published : May 27, 2019, 2:22 PM IST

ଫାଇଲ ଫଟୋ

ଲିମା: ଶକ୍ତିଶାଳୀ ଭୂକମ୍ପରେ ଥରିଲା ପେରୁ । ରିକ୍ଟର ସ୍କେଲରେ ତୀବ୍ରତା 8.0 ଥିବା ରେକର୍ଡ କରାଯାଇଛି। ଭୂକମ୍ପରେ ଜଣେ ଲୋକ ପ୍ରାଣ ହରାଇଥିବା ବେଳେ 26 ଜଣ ଆହତ ହୋଇଛନ୍ତି । ଗତକାଲି ରାତିରେ ଅନୁଭୂତ ହୋଇଥିବା ଏହି ଭୂକମ୍ପରେ ବହୁ ସଂଖ୍ୟାରେ ଘରଦ୍ବାର ଧ୍ବଂସ ହେବା ସହ ରାସ୍ତାଘାଟ ଜାମ ହୋଇ ପଡିରହିଛି ।

ଖବର ଅନୁସାରେ, ଭୂକମ୍ପ ପେରୁର ଆମାଜୋନ ବେସିନ ଅଞ୍ଚଳରେ ଅନୁଭୂତ ହୋଇଥିବା ବେଳେ ଏହାର ପ୍ରଭାବରେ ଆଖପାଖ ଅଞ୍ଚଳରେ ମଧ୍ୟ ପ୍ରଭାବ ପଡିଥିଲା । ପେରୁର ଏକ ଗଣମାଧ୍ୟମ ସଂସ୍ଥାର କହିବା ଅନୁସାରେ ଭଙ୍ଗା ଘର ମଧ୍ୟରେ ଚାପି ହୋଇଯିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏଥିରେ 11 ଜଣ ଗୁରୁତର ଆହତ ହୋଇଥିବା ବେଳେ 50ରୁ ଅଧିକ ଘର ନଷ୍ଟ ହୋଇଛି ।

ପେରୁ ରାଷ୍ଟ୍ରପତି ମାର୍ଟିନ ଭିଜକାରାଙ୍କ କହିବା ଅନୁସାରେ, ଗତ 12 ବର୍ଷ ମଧ୍ୟରେ ଏପରି ଭୂକମ୍ପ ଆଜି ପର୍ଯ୍ୟନ୍ତ ଅନୁଭୂତ ହୋଇନାହିଁ । ଭୂକମ୍ପର କେନ୍ଦ୍ରସ୍ଥଳ ଦକ୍ଷିଣ ପୂର୍ବ ଦିଗରୁ 110 କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା । ତେବେ ଏହି ଅଞ୍ଚଳଟି ପେସିଫିକ ରିଙ୍ଗ ଫାୟାରର ମଧ୍ୟବର୍ତ୍ତୀ ଅଞ୍ଚଳରେ ରହୁଥିବା ଅନେକ ସମୟରେ ଏଠାରେ ଭୂକମ୍ପର ଝଟକା ଲାଗିବା ସହ ଲାଭା ଉଦଗିରଣ ହୋଇଥାଏ ।

For All Latest Updates

ABOUT THE AUTHOR

...view details