ନୂଆଦିଲ୍ଲୀ: ଏଣିକି ଶତ୍ରୁ ଦେଶର ଉଡିବ ହୋସ । ଭାରତରେ ସାମିଲ ହେଲା 8ଟି ଆପାଚି ଲଢୁଆ ବିମାନ । ଆମେରିକା ଦ୍ବାରା ନିର୍ମିତ ଆପାଚି ହେଲିକପ୍ଟର AH-64E କୁ ଆଜି ପଠାନକୋଟ ଏୟାରବେସ ଠାରେ ସାମିଲ କରାଇବେ ଏୟାର ଚିଫ୍ ମାର୍ସାଲ ବି ଏସ ଧନୱା । 2016ରେ ପଟାନକୋଟରେ ପାକିସ୍ତାନ ପକ୍ଷରୁ ହୋଇଥିଲା ଆକ୍ରମଣ ।
ସୂଚନାଯୋଗ୍ୟ, ଆମେରିକା ଦ୍ବାରା ନିର୍ମିତ ଆପାଚି ହେଲିକପ୍ଟର AH-64E ବିଶ୍ବର ଆଡଭାନ୍ସ ମଲ୍ଟି-ରୋଲ୍ ଯୁଦ୍ଧ ହେଲିକପ୍ଟରକୁ ଆମେରିକା ସେନା ବ୍ୟବହାର କରିଥାନ୍ତି । 2015ରେ ଆମେରିକା ଓ ଭାରତ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ, ଭାରତକୁ ଆହୁରି 22ଟି ହେଲିକପ୍ଟର ମିଳିବ । ଏହା ପୂର୍ବରୁ 27 ଜୁଲାଇରେ 4 ହେଲକପ୍ଟର ମିଳିଛି ।
ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ ପୂର୍ବରୁ 2017ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଅତିରିକ୍ତ 6ଟି ଆପାଚି ଅତ୍ୟାଧୁନିକ ହେଲିକପ୍ଟର ପାଇଁ ବୋଇଁ କମ୍ପାନୀ ସହ ଚୁକ୍ତି କରାଯାଇଥିଲା। ଯୁଦ୍ଧାସ୍ତ୍ର ଖଞ୍ଜା ଯିବାକୁ 4168 କୋଟି ଟଙ୍କାର ଚୁକ୍ତି ହୋଇଥିଲା । ତେବେ ଆପାଚି ପହଞ୍ଚିବା ପୂର୍ବରୁ ଲଢାକୁ ବିମାନକୁ ତୋପ ସମାଲି ଦିଆଯିବା ସହ ପୂଜାର୍ଚ୍ଚନା କରାଯାଇଥିଲା । ଏହା ପରେ ଉଡାଣ ଭରିଥିଲା ଆପାଚେ ।
ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ କାଶ୍ମୀରକୁ ନେଇ ପାକିସ୍ତାନ ଲଗାତାର ଭାରତକୁ ଚେତାବନୀ ଦେଇ ଆସୁଥିବାବେଳେ ଚୀନ ମଧ୍ୟ ପାକିସ୍ତାନ ସମର୍ଥନ କରିଅଛି । ତେଣୁ ଏହି ସମୟରେ ଏହାକୁ ଆବଶ୍ୟକତା ଢେର ରହିଛି । ତେବେ ଏହି ବିମାନ ରଖିବାରେ ଭାରତ 16 ତମ ସ୍ଥାନରେ ରହିଛି ।